Monday, 10 Aug, 7.35 am ଖବର ଓଡିଶା

ରାଷ୍ଟ୍ରୀୟ
କରୋନା କବଳରେ ୨ କୋଟି ଲୋକ, ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୭.୩୩ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱବାସୀଙ୍କୁ କବଳିତ କରୁଛି । ସମଗ୍ର ବିଶ୍ୱରେ ୨ କୋଟିରୁ ଅଧିକ ଲୋକଙ୍କର ଜୀବନ ଯାଇସାରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ସୋମବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ବିଶ୍ୱରେ ୨ କୋଟି ୨୧ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଲକ୍ଷ ୩୩ ହଜାର ୯୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରୁ କୋଟିଏ ୨୮ ଲକ୍ଷ ୯୬ ହଜାର ୮୯୫ ଜଣ ସୁସ୍ଥ ହୋଇଥିଲା ବେଳେ ୬୩ ଲକ୍ଷ ୯୦ ହଜାର ୫୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସକ୍ରିୟଙ୍କ ମଧ୍ୟରୁ ଗୁରୁତର ଅଛନ୍ତି ୬୪ ହଜାର ୬୬୬ ଜଣ ଲୋକ ।

ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତରେ କରୋନା ଅଧିକ ବ୍ୟାପିଛି କରୋନା ଭାଇରସ । ଯୁକ୍ତରାଷ୍ଟ୍ର ଆମେରିକାରେ ୫୧ ଲକ୍ଷ ୯୯ ହଜାର ୪୪୪ ଜଣ ଲୋକ କରୋନା ସଂକ୍ରମଣରେ ଆସିଛନ୍ତି । ଏଥିରୁ ୧ ଲକ୍ଷ ୬୫ ହଜାର ୬୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସରୁ ଆମେରିକାରେ ୨୬ ଲକ୍ଷ ୬୪ ହଜାର ୭୦୧ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ଲକ୍ଷ ୬୯ ହଜାର ୧୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ତେବେ ୧୮ ହଜାର ୭୨୦ ଜଣଙ୍କ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଋଷିଆ: ୮ ଲକ୍ଷ ୮୭ ହଜାର ୫୩୬ ସଂକ୍ରମିତ, ୧୪ ହଜାର ୯୩୧ ମୃତ

ଦକ୍ଷିଣ ଆଫ୍ରିକା: ୫ ଲକ୍ଷ ୫୯ ହଜାର ୫୮୯ ସଂକ୍ରମିତ, ୧୦ ହଜାର ୪୦୮ ମୃତ

ମେକ୍ସିକୋ: ୪ ଲକ୍ଷ ୮୦ ହଜାର ୨୭୮ ସଂକ୍ରମିତ, ୫୨ ହଜାର ୨୯୮ ମୃତ

ପେରୁ: ୪ ଲକ୍ଷ ୭୮ ହଜାର ୨୪ ସଂକ୍ରମିତ, ୨୧ ହଜାର ୭୨ ମୃତ

କଲୋମ୍ବିଆ: ୩ ଲକ୍ଷ ୮୭ ହଜାର ୪୮୧ ସଂକ୍ରମିତ, ୧୨ ହଜାର ୪୮୨ ମୃତ

ଚିଲି: ୩ ଲକ୍ଷ ୭୩ ହଜାର ୫୬ ସଂକ୍ରମିତ, ୧୦ ହଜାର ୭୭ ମୃତ

ସ୍ପେନ: ୩ ଲକ୍ଷ ୬୧ ହଜାର ୪୪୨ ସଂକ୍ରମିତ, ୨୮ ହଜାର ୫୦୩ ମୃତ

ପାକିସ୍ତାନ: ୨ ଲକ୍ଷ ୮୪ ହଜାର ୧୨୧ ସଂକ୍ରମିତ, ୬ ହଜାର ୬୨ ମୃତ

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top