Saturday, 23 Jan, 9.35 am ଖବର ଓଡିଶା

ରାଷ୍ଟ୍ରୀୟ
କରୋନା କାଳରେ ସଂକଟମୋଚନ ସାଜିଲା ଚୀନ, ପାକିସ୍ତାନକୁ ଦେବ ୫ ଲକ୍ଷ ଡୋଜ ଟିକା!

ନୂଆଦିଲ୍ଲୀ, ଜାନୁଆରୀ ୨୩ (ଖବର ଓଡ଼ିଶା): ଭାରତରେ ପ୍ରସ୍ତୁତ କରୋନା ଟିକା ବିଦେଶକୁ ରପ୍ତାନୀ ହୋଇଛି । ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଟିକା ରପ୍ତାନୀ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ନେପାଳ, ଭୂଟାନ, ମାଳଦୀପ, ମିଆଁମାର, ମୋରକ୍କୋ, ବ୍ରାଜିଲ ଓ ବାଂଲଦେଶ ଟିକା ରପ୍ତାନୀ ହୋଇଛି । ବିଦେଶକୁ ଭାରତ କରୋନା ଟିକା ପଠାଇବା ପରେ ଚୀନ ବ୍ୟସ୍ତ ହୋଇପଡ଼ିଛି । ଚୀନ ଏବେ ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ୫ ଲକ୍ଷ ଡୋଜର କରୋନା ଟିକା ଦେବାକୁ ଚିନ୍ତା କରୁଛି ।

ପାକିସ୍ତାନ ବିଦେଶ ବ୍ୟାପର ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି କହିଛନ୍ତି ଚୀନର କଂପାନୀ ସିନୋଫାର୍ମ ୫ ଲକ୍ଷ ଡୋଜ ଟିକା ଦେବ । ତେବେ ଚୀନରୁ ପାକିସ୍ତାନକୁ ଟିକା ମିଳିବାର ଆଶା ଉଦଜୀବିତ ହେବା ପରେ ଦେଶର ନାଗରିକ ଖୁସି ଅନୁଭବ କରୁଛନ୍ତି । ଘୋର ଆର୍ଥିକ ସଂକଟରେ ଦିନ କାଟୁଥିବା ପାକିସ୍ତାନ କରୋନା ଟିକା ନେଇ ଚିନ୍ତିତ ଥିବା ବେଳେ ଚୀନ ସଂକଟମୋଚନ ସାଜି ଟିକା ଦେବାକୁ ଘୋଷଣା କରିଛି । ତେବେ ଦେଶର ଜନସଂଖ୍ୟା ତୁଳନାରେ ମାତ୍ର ୫ ଲକ୍ଷ ଟିକା ଦେବା ବଡ଼ କଥା ନୁହେଁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top