Saturday, 07 Sep, 9.35 am ଖବର ଓଡିଶା

ରାଷ୍ଟ୍ରୀୟ
କୋହ ସମ୍ଭାଳି ପାରିଲେନି ଇସ୍ରୋ ଅଧ୍ୟକ୍ଷ ସିବନ୍‌, ବୈଜ୍ଞାନିକଙ୍କୁ ଭୂୟସୀ ପ୍ରଶଂସା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ସେପ୍ଟେମ୍ବର ୭ (ଖବର ଓଡ଼ିଶା):

ଭାରତର ଚନ୍ଦ୍ର ଅଭିଯାନ ଅଧୁରା ରହିଯାଇଛି । ଯେଉଁଥିପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଏବେ ଦୁଃଖର ବାତାବରଣ ରହିଛି । ମାସ ମାସ ଧରି ମିଶନ୍‌ ପାଇଁ ଦିନ ରାତି ଏକ କରିଦେଇଥିବା ବୈଜ୍ଞାନିକମାନଙ୍କ ମୁହଁରେ ଆଉ ହସ ଦେଖିବାକୁ ମିଳୁ ନାହିଁ । ଏମିତିକି ଇସ୍ରୋର ଅଧ୍ୟକ୍ଷ କେ. ସିବନ୍‌ ନିଜର କୋହକୁ ସମ୍ଭାଳିପାରି ନାହାଁନ୍ତି । ସିବନ୍‌ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ କାନ୍ଦି ପକାଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଛନ୍ତି ।

ଏମିତି ଏକ ସମୟରେ ସମସ୍ତ ବୈଜ୍ଞାନିକଙ୍କ ମନୋବଳକୁ ବଢ଼ାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେମ ବହୁ ବିଶିଷ୍ଠ ବ୍ୟକ୍ତିଗଣ । ରାଷ୍ଟ୍ରପତି ରାମନାଥ କୋ‍ବିନ୍ଦ ଚନ୍ଦ୍ରଯାନ-୨ ଅଭିଯାନକୁ ନେଇ ଇସ୍ରୋ ବୈଜ୍ଞାନିକଙ୍କ ଅଦମ୍ୟ ଚେଷ୍ଟା ପାଇଁ ଭୂୟଶୀ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଇସ୍ରୋର ସମସ୍ତ ବୈଜ୍ଞାନିକ ଅଦମ୍ୟ ସାହସ ଦେଖାଇଛନ୍ତି । ବୈଜ୍ଞାନିକଙ୍କ ପାଇଁ ଆମ ଦେଶ ଗର୍ବ ଅନୁଭବ କରୁଛି । ବୈଜ୍ଞାନିକଙ୍କ ଉତ୍ତମ ପ୍ରଦର୍ଶନକୁ ଆମେ ସମ୍ମାନ ଜଣାଇବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

ସେହପିରି ଚନ୍ଦ୍ରଯାନ-୨ରେ ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି କଠିନ ପରିଶ୍ରମ କରିଥିବା ବୈଜ୍ଞାନିକମାନଙ୍କ ସହିତ ସମଗ୍ର ଦେଶ ଅଛି । ଆଗକୁ ଆସୁଥିବା ଅଭିଯାନ ପାଇଁ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବୈଜ୍ଞାନିକମାନେ ସାହସ ନ ହରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆମେ ଆପଣମାନଙ୍କ ସହ ଅଛୁ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top