Friday, 23 Oct, 5.35 pm ଖବର ଓଡିଶା

ରାଷ୍ଟ୍ରୀୟ
କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାର ଦେବେ ୩୭୩୭ କୋଟିର ବୋନସ, ଜାଣନ୍ତୁ କାହାକୁ ମିଳିବ କେତେ?

ନୂଆଦିଲ୍ଲୀ, ଅକ୍ଟୋବର ୨୩ (ଖବର ଓଡ଼ିଶା):

ଗତ ବୁଧବାରଦିନ କେନ୍ଦ୍ର ସରକାର ୩୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ପାଇଁ ଦୀପାବଳି ବୋନସ ଘୋଷଣା କରିଛନ୍ତି। ଏହା ମାଧ୍ୟମରେ କର୍ମଚାରୀମାନେ ମୋଟ ୩,୭୩୭ କୋଟି ଟଙ୍କାର ବୋନସ୍ ପାଇବେ । ତେବେ କିଏ କେତେ ବୋନସ ପାଇବେ ଏନେଇ ଅର୍ଥ ମନ୍ତ୍ରଣାଳୟ ଏହାର ସମ୍ପୂର୍ଣ୍ଣତଥ୍ୟ ପ୍ରଦାନ କରିଛନ୍ତି । ଅଣ-ଉତ୍ପାଦକତା ଲିଙ୍କ୍ ବୋନସ୍ ବା ଏଲଏନବି ଗଣନା ପାଇଁ ଅର୍ଥ ମନ୍ତ୍ରଣାଳୟ ୭,୦୦୦ ଟଙ୍କା ସୀମା ଧାର୍ଯ୍ୟ କରିଛି । ବୋନସ୍ ହିସାବର ଏହି ସୀମା ସହିତ କର୍ମଚାରୀ ସର୍ବାଧିକ ୬,୯୦୮ ଟଙ୍କା ବୋନସ୍ ପାଇବାକୁ ଯୋଗ୍ୟ ହେବେ । ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ୟୟ ବିଭାଗ ଏହି ବିଷୟରେ ସୂଚନା ଦେଇଛି।

ତେବେ ପ୍ରାୟ ୩୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଭାରତୀୟ ରେଳ, ପୋଷ୍ଟ, ପ୍ରତିରକ୍ଷା, ଇପିଏଫଓ ଏବଂ ଇଏସଆଇସି ସମେତ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନର ୧୬.୯୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। । ସରକାର ସେମାନଙ୍କୁ ମଧ୍ୟ ବୋନସ ଦେଉଛନ୍ତି। ଏଭଳି କର୍ମଚାରୀଙ୍କୁ ବୋନସ ଦେବା ସରକାର ୨,୭୯୧ କୋଟି ଟଙ୍କା ଆର୍ଥିକ ବୋଝ ବହନ କରିବେ। ଏଥି ସହିତ କେନ୍ଦ୍ର ସରକାରଙ୍କ ୧୩.୭୦ ଲକ୍ଷ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯିବ। ଏହାଦ୍ୱାରା ସରକାରଙ୍କ ଉପରେ ୯୪୬ କୋଟି ଟଙ୍କା ଆର୍ଥିକ ବୋଝ ପଡ଼ିବ।

କେନ୍ଦ୍ର ସରକାରଙ୍କ ଏହି ବୋନସ୍ ସିଧାସଳଖ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥାତ୍ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ସ୍ଥାନାନ୍ତରିତ ହେବ । ଖୁବ ଶୀଘ୍ର କର୍ମଚାରୀମାନଙ୍କୁ ବୋନସ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top