Tuesday, 10 Mar, 8.15 am ଖବର ଓଡିଶା

ରାଜନୀତି
ମଧ୍ୟପ୍ରଦେଶରେ ରାଜନୈତିକ ସଂକଟ: ଅମିତ ଶାହାଙ୍କୁ ଭେଟିଲେ ଶିବରାଜ ସିଂହ ଚୌହାନ

ନୂଆଦିଲ୍ଲୀ, ମାର୍ଚ୍ଚ ୧୦ (ଖବର ଓଡ଼ିଶା): ମଧ୍ୟପ୍ରଦେଶର ରାଜନୈତିକ ଘଟଣାକ୍ରମ ଉପରେ ଭାରତୀୟ ଜନତା ପାର୍ଟି ନଜର ରଖିଛି । ଦିଲ୍ଲୀରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶର ରାଜନୈତିକ ସ୍ଥିତି ନେଇ ଶାହା ଏବଂ ଶିବରାଜଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଭେଟ ସମୟରେ ନରୋତ୍ତମ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ । ରିପୋର୍ଟ ଅନୁସାରେ ଶିବରାଜ ମଙ୍ଗଳବାର ଭୋପାଳ ଯିବେ । ବିଜେପି ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳର ବୈଠକ ଡାକିଛି । ଏଥିରେ ସମସ୍ତ ବିଧାୟକମାନେ ଉପସ୍ଥିତ ରହିବାକୁ କୁହାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ସୋମବାର କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦିଲ୍ଲୀରେ ଉପସ୍ଥିତ ଥିଲେ । କୁହାଯାଉଛି ଯେ, କଂଗ୍ରେସର ରାଜ୍ୟ ଦାୟିତ୍ୱ ସିନ୍ଧିଆଙ୍କୁ ମିଳିପାରେ । ଅପରପକ୍ଷେ ଭୋପାଳରେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନିବାସରେ କଂଗ୍ରେସର ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିଗବିଜୟ ସିଂହ ଏବଂ ବିବେକ ତନଖା ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟପଟରେ ଖବର ଯେ, ମଧ୍ୟ ପ୍ରଦେଶ ସରକାରଙ୍କ ୫ ଜଣ ମନ୍ତ୍ରୀ ସମେତ ୧୭ ଜଣ ବିଧାୟକ ଏବେ ବେଙ୍ଗାଲୁରୁରେ ଅଛନ୍ତି । ଏମାନେ ସମସ୍ତେ ସିନ୍ଧିଆଙ୍କ ସମର୍ଥକ । ସେମାନଙ୍କର ମୋବାଇଲ ସୁଇଚ ଅଫ ଅଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top