Sunday, 25 Aug, 12.05 pm ଖବର ଓଡିଶା

ରାଷ୍ଟ୍ରୀୟ
ମନ କି ବାତ୍ : ଏହା ନିୟୁ ଇଣ୍ଡିଆ, ଆମେ ଯାହା ଚାହୁଁଛେ ତାହା ପୂରଣ କରି ପାରୁଛେ- ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ଅଗଷ୍ଟ ୨୫ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସର ଶେଷ ରବିବାରରେ ସମଗ୍ର ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ ମନ କି ବାତ ମାଧ୍ୟମରେ ସମ୍ବୋନ୍ଧିତ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ତୃତୀୟ ମନ କି ବାତ୍ । ଏହି ଅବସରରେ ମୋଦୀ ପୂଜା ପାର୍ବଣ, ବର୍ଷାର ସ୍ପର୍ଶ, ସ୍ୱଚ୍ଛତା ଅଭିଯାନ, ନିୟୁ ଇଣ୍ଡିଆ, ଗାନ୍ଧୀ ଜୟନ୍ତୀ ଇତ୍ୟାଦି ବିଷୟରେ ରେଖାପାତ କରିଛନ୍ତି ।

ମୋଦୀ କହିଛନ୍ତି କି, ଆମ ଦେଶ ଗୋଟିଏ ପଟେ ବର୍ଷାର ଆନନ୍ଦ ଉଠାଉଥିବା ବେଳେ ଅନ୍ୟ ପଟେ ହିନ୍ଦୁସ୍ତାନର କୌଣସୀ ନା କୌଣସୀ କୋଣରେ ଉତ୍ସବ ମେଳାରେ ଚଳଚଞ୍ଚଳ ହୋଇ ଉଠିଛି । ଦୀପାବଳୀ ପର୍ଯ୍ୟନ୍ତ ସବୁକିଛି ଏଭଳି ଚାଲିବ । ଗତକାଲି ଦେଶ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ ପାଳନ କରୁଥିଲା । ତେବେ ଭାରତ ପୁଣି ଏକ ବଡ ଉତ୍ସବ ପାଳନ କରିବାକୁ ଯାଉଛି । ସବୁଆଡେ ଏହି ବିଷୟରେ ଚର୍ଚ୍ଚା ହେଉଛି । ଦେଶ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଛି । ତେବେ ଗାନ୍ଧୀ ସେବାକୁ କେବଳ ଶବ୍ଦରେ ନୁହେଁ କାମରେ କରି ଦେଖାଇଥିଲେ । ସତ୍ୟର ସାଥ, ଗାନ୍ଧୀଙ୍କର ଯେତିକି ଅତୁଟ ସାଥ ଥିଲା ସେହିଭଳି ସେବା ସହ ତାଙ୍କର ଅତୁଳନୀୟ ସାଥ ଥିଲା । ସେ କେବଳ ଭାରତବାସୀଙ୍କ ସ୍ୱର ନୁହେଁ ତାଙ୍କର ଏଭଳି କାର୍ଯ୍ୟ ପାଇଁ ସେ ମାନବ ମୂଲ୍ୟ, ମାନବ ଗାରିମା ପାଇଁ ଏକ ପ୍ରକାରର ବିଶ୍ୱର ସ୍ୱର ହୋଇ ପାରିଛନ୍ତି । ପୂର୍ବରୁ ଅକ୍ଟୋବର ୨ର ୨ସପ୍ତାହ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ସେପ୍ଟେମ୍ବର ୧୧ରେ ଏହି ଅଭିଯାନ ଆରମ୍ଭ ହେବ । ଚଳିତ ବର୍ଷ ବାପୁଙ୍କ ଜନ୍ମଦିନ ଅବସରରେ ପ୍ଲାଷ୍ଟିକ ବିରୋଧରେ ଏକ ଜନ ଆନ୍ଦୋଳନ ସୃଷ୍ଟି ହେବ ।

ଆମ ସଂସ୍କୃତିରେ ଅନ୍ନର ମହିମା ରହିଛି । ସନ୍ତୁଳନ ଏବଂ ପୋଷକ ଭୋଜନ ଆମ ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ । କିନ୍ତୁ ଆଜି ଜନ ଜାଗରଣ ଅଭାବରେ ଗରୀବ ଓ କୁପୋଷଣରେ ବହୁ ପରିବାର ପ୍ରଭାବିତ । ସମ୍ପୂର୍ଣ୍ଣ ଦେଶରେ ସେପ୍ଟେମ୍ବର ମାସରେ ପୋଷଣ ଅଭିଯାନ ପାଳନ କରାଯିବ । ଏଥିରେ ଯୋଡି ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ସେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀକୁ ଏକ ବିଶେଷ ଶ୍ରମଦାନ ଉତ୍ସବ ରୂପରେ ପାଳନ କରିବାକୁ ଯାଉଛନ୍ତି । ଅନ୍ତରଷ୍ଟ୍ରୀୟ ଯୋଗ ଦିବସ କାରଣରୁ ଦୁନିଆର ଯାହା ସହ ସାକ୍ଷାତ କଲେ ସେ ମୋତେ ଯୋଗ ସମ୍ବନ୍ଧିତ କିଛି ନା କିଛି ପ୍ରଶ୍ନ ପଚାରନ୍ତି । ଏହି ସମୟରେ ସେ ମ୍ୟାନ ଭର୍ସେସ୍ ୱାଇଲ୍ଡ ବିଷୟରେ କହିବାକୁ ଯାଇ କହିଛନ୍ତି କି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ସଂସ୍କାର ଯାତ୍ରାରେ ପ୍ରକୃତି ପ୍ରତି ସମ୍ବେନ୍ଦନଶୀଳତା, ଭାରତର ପରମ୍ପରା ବିଶ୍ୱ ସ୍ତରରେ ଗଭୀର ରେଖାପାତ କରିବ । ନିଜ ଜୀବନରେ ଥରେ ମାତ୍ର ଉତ୍ତର ଦକ୍ଷିଣ ପଟକୁ ଯାଆନ୍ତୁ । ଦେଖିବେ ଆପଣ ପ୍ରକୃତିକୁ ଦେଖି ଆପଣଙ୍କ ଆଖି ଲାଖିଯିବ । ଆପଣଙ୍କ ଭିତରେ ଏକ ନୂତନ ଚିନ୍ତାଧାରାର ବିସ୍ତାର ହେବ ।

ଏହା ନିୟୁ ଇଣ୍ଡିଆ । ଆମେ ଆମ ଲକ୍ଷ୍ୟ ଖୁବ୍ ଶୀଘ୍ର ପୂରଣ କରୁଛେ । ୨୦୧୯ରେ ଆମେ ବାଘ ସଂଖ୍ୟା ଦୁଇଗୁଣ କରିଛେ । ଭାରତରେ ଏବେ ବାଘ ସଂଖ୍ୟା ୨୯୬୭ ରହିଛି । \n

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top