Wednesday, 20 Nov, 8.05 am ଖବର ଓଡିଶା

ରାଷ୍ଟ୍ରୀୟ
ମନେରଗାରେ କମ ସଂଖ୍ୟାରେ ନାମ ପଂଜୀକରଣ କରୁଛନ୍ତି ଯୁବପୀଢ଼ି: ସରକାର

ନୂଆଦିଲ୍ଲୀ, ନଭେମ୍ବର ୨୦ (ଖବର ଓଡ଼ିଶା): ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଗ୍ୟାରେଣ୍ଟି ସ୍କିମ(ମନରେଗା)ରେ ନାମ ପଂଜୀକରଣ କରୁଥିବା ୧୮-୨୦ ବର୍ଷର ଯୁବପୀଢ଼ି ସଂଖ୍ୟା ୨୦୧୫-୧୬ରେ କମ ଦେଖାଯାଇଛି । ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଜବାବରେ ମଙ୍ଗଳବାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମ୍ୟାନେଜମେଣ୍ଟ ଇନଫରମେଶନ ସିଷ୍ଟମ (ଏମଆଇଏସ) ଅନୁସାରେ ୨୦୧୮-୧୯ରେ ମୋଟ ୭.୭୭ କୋଟି ଲୋକ ମନରେଗା ପାଇଁ ନାମ ପଂଜୀକରଣ କରିଥିଲେ । ଏଥିରେ ୭୦.୭୪ ଲକ୍ଷ ଅର୍ଥାତ ୯.୧୦ ପ୍ରତିଶତ ୧୮-୩୦ ଆୟୁ ବର୍ଗର ଥିଲେ । ବର୍ଷ ୨୦୧୫-୧୬ରେ ଏହି ଯୋଜନାରେ ୭୨୨.୫୯ ଲକ୍ଷ ଲୋକ ନାମ ପଂଜୀକରଣ କରିଥିଲେ, ଯେଉଁଥିରେ ୧୮-୩୦ ବର୍ଷର ଲୋକଙ୍କର ସଂଖ୍ୟା ୭୨.୭୪ ଲକ୍ଷ ଅର୍ଥାତ ୧୦.୦୭ ପ୍ରତିଶତ ଥିଲା ।

ଆର୍ଥିକ ବର୍ଷ ୨୦୧୭-୧୮ରେ ମନେରଗା ପାଇଁ ମୋଟ ୭୫୯.୧୫ ଲୋକ ନାମ ପଂଜୀକରଣ କରିଥିଲେ, ଯେଉଁଥିରେ ୫୮.୭ ଲକ୍ଷ ଅର୍ଥାତ ୭.୭୩ ପ୍ରତିଶତ ଥିଲେ । ଏହାର ତୁଳନାରେ ପୂର୍ବ ଆର୍ଥିକ ବର୍ଷରେ ମନରେଗାରେ ଅଧିକ ସଂଖ୍ୟାରେ ନିଜର ନାମ ପଂଜୀକରଣ କରିଥିଲେ । ବର୍ଷ ୨୦୧୬-୧୭ରେ ମନରେଗାରେ ମୋଟ ୭.୬୬ କୋଟି ଲୋକ ନାମ ପଂଜୀକରଣ କରିଥିଲେ, ଯେଉଁଥିରେ ୯.୧୦ ପ୍ରତିଶତ ଅର୍ଥାତ ୬୯.୭୮ ଲକ୍ଷର ବୟସ ୧୮ ରୁ ୩୦ ମଧ୍ୟରେ ଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top