Sunday, 19 Jan, 9.05 am ଖବର ଓଡିଶା

ରାଷ୍ଟ୍ରୀୟ
'ମୋଦୀ ଚୋର' ଟିପ୍ପଣୀ ଦେଇଥିବାରୁ ରାଞ୍ଚି କୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ସମନ

ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା): ରାଞ୍ଚିସ୍ଥିତ ଏକ ସିଭିଲ କୋର୍ଟ ପକ୍ଷରୁ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମନ ପଠାଯାଇଛି । ଅତୀତରେ ରାହୁଲ ଗାନ୍ଧୀ କହିଥିଲେ ଯେ, 'ମୋଦୀ ଜଣେ ଚୋର' । ରାହୁଲଙ୍କ ଏହି ଟିପ୍ପଣୀ ନେଇ ରାଞ୍ଚିର ଏକ ସ୍ଥାନୀୟ କୋର୍ଟରେ ଅଭିଯୋଗ ଆସିଥିଲା । କୋର୍ଟ ପକ୍ଷରୁ ଜାରି କରାଯାଇଥିବା ସମନରେ ରାହୁଲ ଗାନ୍ଧୀ ଫେବୃଆରୀ ୨୨ ପୂର୍ବରୁ କୋର୍ଟରେ ହାଜର ହୁଅନ୍ତୁ । କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାନୁଆରୀ ୧୮ରେ ସମନ ଜାରି କରିଛନ୍ତି ।

ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ଅଭିଯାନ ସମୟରେ ୨୦୧୯ ମାର୍ଚ୍ଚ ୨୩ରେ ମୋଦୀ ଚୋର ବୋଲି ଟିପ୍ପଣୀ କରିଥିଲେ । ସେ କହିଥିଲେ ନୀରବ ମୋଦୀ, ଲଲିତ ମୋଦୀ ଓ ନରେନ୍ଦ୍ର ମୋଦୀ କେମିତି ସମସ୍ତେ ମୋଦୀ ଉପନାମରେ ଆସୁଛନ୍ତି । କେମିତି ସମସ୍ତ ଚୋରମାନେ ମୋଦୀ ଉପନାମ ପାଇଛନ୍ତି? ଆମେ ଜାଣିପାରୁ ନାହୁଁ ଯେ, ଏଭଳି କେତେ ମୋଦୀ ବାହାରିବେ ।

ରାହୁଲଙ୍କ 'ମୋଦୀ ଚୋର' ଟିପ୍ପଣୀ ନେଇ ମଧ୍ୟପ୍ରଦେଶର ଭୋପାଳ ନିବାସୀ ପ୍ରଦୀପ ମୋଦୀ ନାମରେ ଜଣେ ବ୍ୟକ୍ତି କୋର୍ଟରେ ଅଭିଯୋଗ ଆଣିଥିଲେ । ସେ ଅଭିଯୋଗ ଆଣିଥିଲେ, ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି, ଯେଉଁମାନେ ଏଭଳି କାମରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ନାମ ନିଅନ୍ତୁ । ମାତ୍ର ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟକୁ ଟାର୍ଗେଟ କରାଯିବା ଠିକ ନୁହେଁ । ମୁଁ ଯେତେବେଳେ ଏହି ଅଭିଯୋଗ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲି କିଛି ବନ୍ଧୁ ମୋତେ କୌତୁକିଆ କଥା କହିଥିଲେ ବୋଲି ପ୍ରଦୀପ ମୋଦୀ କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top