Monday, 30 Mar, 6.35 am ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ନ୍ୟୁୟର୍କରେ କରୋନା: ଗତ୨୪ ଘଣ୍ଟାରେ ୯୬୫ ମୃତ, ନିଜ ଜିଦରେ ଅଟଳ ଡୋନାଲ୍ଡ ଟ୍ରମ୍ପ

ନ୍ୟୁୟର୍କ, ମାର୍ଚ୍ଚ ୩୦ (ଖବର ଓଡ଼ିଶା): ଆମେରିକା ହେଉଛି ବିଶ୍ୱର ସବୁଠାରୁ ଅଧିକ ଶକ୍ତିଶାଳୀ ଦେଶ। କିନ୍ତୁ ଚୀନର ଭାଇରସରେ ସୁପରପାୱାର ଆମେରିକା ଆତ୍ମହରା ହୋଇଛି । ଆମେରିକାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ଅତିକ୍ରମ କରିସାରିଛି । ନ୍ୟୁୟର୍କର ଅବସ୍ଥା ସବୁଠାରୁ ଅଧିକ ଖରାପ । ନ୍ୟୁୟର୍କ ସହର ନୂତନ ଉହାନ ଭଳି ପରିସ୍ଥିତି ହେବାକୁ ଯାଉଛି । ନ୍ୟୁୟର୍କରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୬୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ରୁ କୁମୋ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ନ୍ୟୁୟର୍କ ସହର କରୋନାକୁ ଭୟ କରୁଛି । ରାଜରାସ୍ତା ଶୂନଶାନ ପଡ଼ିଛି । ଆମେରିକାରେ ମୋଟ ସଂକ୍ରମଣ ସଂଖ୍ୟାର ଅଧା ହେଉଛି ନ୍ୟୁୟର୍କ । କିନ୍ତୁ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଜିଦରେ ଅଟଳ । ଟ୍ରମ୍ପକୁ ଲାଗୁଛି ଯେ, ନ୍ୟୁୟର୍କକୁ କ୍ୱାରେଣ୍ଟାଇନର ଆବଶ୍ୟକତା ନାହିଁ । ଟ୍ରମ୍ପ ଏହି ବିପତ୍ତିରୁ ଓହରିବା ପାଇଁ ୨.୨ ଟ୍ରିଲିୟନ ଡଲାର ଆର୍ଥିକ ପ୍ୟାକେଜ ମଧ୍ୟ ଜାରି କରିଛନ୍ତି ।

ଚୀନର କରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି ୟୁରୋପୀୟ ଦେଶ । କେବଳ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁ ସଂଖ୍ୟା ୨୦ ହଜାରରୁ ଅଧିକ । ଇଟାଲୀରେ ହାହାକାର ଦେଖାଯାଇଛି । ଅବସ୍ଥା ଏଭଳି ହୋଇଛି, ଯେଉଁଆଡେ ଗଲେ କେବଳ ମୃତଦେହ ଦେଖିବାକୁ ମିଳିବ । ମୃତକଙ୍କ ଅନ୍ତିମ ସଂସ୍କାର ମଧ୍ୟ ହୋଇପାରୁ ନାହିଁ । ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସେନାକୁ ଦାୟିତ୍ୱ ଦିଆଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top