Wednesday, 22 Jan, 3.05 pm ଖବର ଓଡିଶା

ରାଷ୍ଟ୍ରୀୟ
ଓୱେସୀଙ୍କ ବିବାଦୀୟ ବୟାନ-କାଗଜ ମାଗିଲେ କହିବ, 'ଚାରମୀନାର ମୋ ବାପା ତିଆରି କରିଥିଲେ, ତୋ ବାପା ନୁହେଁ'

ହାଇଦ୍ରାବାଦ,ଜାନୁଆରୀ ୨୨ (ଖବର ଓଡ଼ିଶା):

ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍‌ଲିମ ନେତା ଏବଂ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରଦ୍ଦିନ ଓୱେସୀ ସୋମବାର ହାଇଦ୍ରାବାରରେ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ହାଇଦ୍ରାବରର ଏକ ସଭାରେ ଓୱେସୀ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ହାଇଦ୍ରାବାଦ ଲୋକଙ୍କୁ ସମ୍ୱୋଧିତ କରି ସେ କହିଥିଲେ ଯେ ଯେଉଁମାନେ କାଗଜ ଦେଖିବା ପାଇଁ ଘରକୁ ଆସିବେ, ତାଙ୍କୁ କହିବ ଯେ ଆମେ ଏହି ଦେଶରେ 800 ବର୍ଷ ଧରି ରାଜୁତି କରିଥିଲୁ । ଏହି ଚାର ମୀନାର ମୋ ବାପା-ଜେଜେ ବାପା ନିର୍ମାଣ କରିଥିଲେ, ତୋ ବାପା କରିନଥିଲେ ।

ଓୱେସୀ ଲୋକଙ୍କୁ ସମ୍ଭୋଧିତ କରି କହିଥିଲେ ଯେ, କେହି ମଧ୍ୟ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଏମାନଙ୍କ କଥାରେ ଆସିବାର ଆବଶ୍ୟକତା ନାହିଁ । ଯେଉଁମାନେ ପ୍ରଶ୍ନ କରୁଛନ୍ତି ଯେ ମୁସଲମାନଙ୍କ ପାଖରେ କଣ ଅଛି, ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ ତୁ ମୋର କାହଜ ଦେଖିବାକୁ ଚାହୁଁଛୁ । ମୁଁ 800 ବର୍ଷ ଧରି ଏହି ଦେଶରେ ଶାସନ କରିଥିଲୁ । ମୋ ବାପା ଆର ଜେଜେ ଏହି ଦେଶକୁ ଚାର ମୀନାର, କୁତବ ମୀନା, ଜାମା ମସଜିଦ ଦେଇଛନ୍ତି । ହିନ୍ଦୁସ୍ତାନର ପିଏମ ଯେଉଁ ଲାଲ କିଲ୍ଲା ଉପରେ ପତାକା ଉଡାଉଛନ୍ତି ତାକୁ ମଧ୍ୟ ଆମର ପୂର୍ବଜ ନିର୍ମାଣ କରିଥିଲେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top