Sunday, 22 Sep, 10.05 pm ଖବର ଓଡିଶା

ରାଷ୍ଟ୍ରୀୟ
ପଞ୍ଜାବ: ବଡ ଘଟଣା ଘଟାଇବା ଯୋଜନାରେ ଥିଲା ଆତଙ୍କୀ ସଂଗଠନ, ପାଞ୍ଚ ଏକେ-47 ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,ସେପ୍ଟେମ୍ବର୨୨(ଖବର ଓଡ଼ିଶା):

ପଞ୍ଜାବ ପୁଲିସକୁ ଏଡ ସଫଳତା ମିଳିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ପୁଲିସ ଖାଲିସ୍ତାନ ଜିନ୍ଦାବାଦ ଫୋର୍ସର ଏକ ଆତଙ୍କବାଦୀ ସଂଗଠନର ଗୁମର ଖୋଲିଛି । ଏହି ସଂଗଠନ ବଡ ଆତଙ୍କୀ ଘଟଣା ଘଟାଇବାକୁ ଯୋଜନା କରୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ସଂଗଠନ ପାକିସ୍ତାନ ଏବଂ ଜର୍ମାନୀ ଆତଙ୍କବାଦୀ ସଂଗଠନ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି ।

ଗିରଫ ହୋଇଥିବା ଆତଙ୍କବାଦୀଙ୍କ ପାଖରୁ ପୁଲିସ ପାଞ୍ଚଟି ଏକେ-47 ରାଇଫଲ, ପିଷ୍ଟଲ, ସେଟେଲାଇଟ ଫୋନ ଏବଂ ହ୍ୟାଣ୍ଡ ଡ୍ରେନଡ ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏହାସହ ଅଧିକ ତଦନ୍ତ ପାଇଁ ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top