Wednesday, 22 Jan, 4.05 pm ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ପାକରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଜାରି, ଆଉ ଜଣେ ହିନ୍ଦୁ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି କରାଗଲା ନିକାହ

ନୂଆଦିଲ୍ଲୀ, ଜାନୁଆରୀ୨୨(ଖବର ଓଡ଼ିଶା):

ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ସଂଖ୍ୟାଲଘୁଙ୍କ ଉପରେ ଧାର୍ମିକ ଅତ୍ୟାଚାର ଘଟଣା କ୍ରମାଗତ ବଢ଼ିବାରେ ଲାଗିଛି। ନିକଟରେ ସିନ୍ଧ ପ୍ରାନ୍ତର ଜ୍ୟାକୋବାଦରୁ ଜଣେ ହିନ୍ଦୁ ଯୁବତୀଙ୍କୁ ଅପରହଣ କରି ବଳପୂର୍ବକ ଧର୍ମାନ୍ତୀକରାଯିବା ସହ ମୁସଲିମ ଯୁବକଙ୍କ ସହ ନିକାହ ମଧ୍ୟ କରାଯାଇଥିଲା। ଏହି ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ ସିନ୍ଧ ପ୍ରାନ୍ତର ଜ୍ୟାକୋବାଦ ନିବାସୀ ଅରୋକ କୁମାରୀ ଓରଫ ମହକ କୁମାରୀଙ୍କୁ ଜାନୁଆରୀ ୧୫ରେ ଅପହରଣ କରାଯାଇଥିଲା। ଏହା ପରଠୁ ଜ୍ୟାକୋବାଦରେ ଏହି ଘଟଣାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଭାଇରାଲ ହୋଇଥିବା ଭିଡ଼ିଓ ଜରିଆରେ ଖୁଲାସା ହୋଇଛି ହିନ୍ଦୁ ଯୁବତୀ ଅରୋକ କୁମାରୀଙ୍କ ଧର୍ମ ପରିବର୍ତ୍ତନ କରାଯାଇ ମୁସଲିମ ଯୁବକ ଅଲୀ ରଜା ସହିତ ନିକାହ କରାଯାଇଛି। ଭିଡ଼ିଓରେ ଅରୋକ କୁମାରୀ ଓ ଅଲୀ ସଜା ଏକାଠି ବସିଥିବା ନଜର ଆସୁଛି। ଯୁବତୀ ଜଣକ ଭିଡ଼ିଓରେ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ମୁସଲିମ ଯୁବକଙ୍କୁ ବିବାହ କରିଛନ୍ତି।

ଧର୍ମାନ୍ତୀକରଣ ପରେ ଅରୋକ କୁମାରୀଙ୍କୁ ଅଲିଜା ନାମ ଦିଆଯାଇଛି। ଭିଡ଼ିଓରେ ଯୁବତୀ ଜଣକ କହୁଛି ଯେ, ମୁଁ ନିଜ ଇଚ୍ଛାରେ ଇସଲାମ କୁବୁଲ କରିଛି। ମୋର ନାମ ଅଲିଜା। ମୁଁ ଦରଘା ଅମରୋତ ସରିଫରେ ଇସଲାମ ଗ୍ରହଣ କରି ଅଲି ସଜାଙ୍କ ସହ ନିକାହ କରିଛି।

ଯୁବତୀ ଜଣକ କହୁଛନ୍ତି ଯେ, ମୋର ବୟସ ୧୮ ବର୍ଷ। ମୁଁ ନିଜର ମାତା-ପିତା ଏବଂ ହିନ୍ଦୁ ସମୁଦାୟର ଲୋକଙ୍କୁ ସୁରକ୍ଷା ଚାହୁଁଛି। ମୁଁ ଓ ମୋର ସ୍ଵାମୀ ନିଜର ସୁରକ୍ଷା ପାଇଁ ସୁକ୍କରର ଏକ ଅଦାଲତରେ ଏତଲା ଦେଇଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top