Saturday, 14 Dec, 6.05 pm ଖବର ଓଡିଶା

ରାଷ୍ଟ୍ରୀୟ
ପିଏମ ମୋଦୀଙ୍କୁ ନେଇ ଇମ୍ରାନ ମନ୍ତ୍ରୀଙ୍କ ଆପତ୍ତିଜନକ ଟିପ୍ପଣୀ, ଦେଲେ ଯୁଦ୍ଧ ଧମକ

ନୂଆଦିଲ୍ଲୀ, ଡିସେମ୍ବର ୧୪ (ଖବର ଓଡ଼ିଶା):

ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ମନ୍ତ୍ରୀ ଶେଖ ରସିଦ ଅହମଦ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । କେବଳ ଏତିକି ନୁହେଁ ଇମ୍ରାନ ସରକାରରେ ରେଳ ମନ୍ତ୍ରୀ ଶେଖ ରସିଦ ଅହମଦ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ।

ଇମ୍ରାନଙ୍କ ମନ୍ତ୍ରୀ ଶନିବାର ଦିନ ବିବାଦୀୟ ବୟାନ ଦେଇ ପିଏମ ମୋଦୀଙ୍କ ତୁଳନା ହିଟଲର-ମୁସୋଲିନୀ ସହ କରିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ମୁସଲମାନଙ୍କ ପାଇଁ ଉପୁଜୁଥିବା ସମସ୍ୟା ଦୁଇ ଦେଶକୁ ଯୁଦ୍ଧ ଆଢକୁ ନେଇପାରେ ।

ପାକ ମନ୍ତ୍ରୀ ଦାବି କରିଥିଲେ, କାଶ୍ମୀର ଏବଂ ଭାରତର ମୁସଲମାନଙ୍କ ସହ ଠିଆ ହେବା ଆମର ଦାୟିତ୍ୱ । ଯେଉଁ ଢଙ୍ଗରେ ସେ ମୋଦୀ ସରକାର ମୁସଲମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି, ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ମତଭେଦ ବୃଦ୍ଧି ପାଇବ । ରସିଦ ପୂର୍ବରୁ ମଧ୍ୟ ବୟାନ ଦେଇଛନ୍ତି ଯେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ସାରା ଉପ-ମହାଦ୍ୱୀପ ଏଥିରେ ସାମିଲ ହେବ ।

ଏପରି ନୁହେଁ ଯେ ଇମ୍ରାନଙ୍କ ଏହି ମନ୍ତ୍ରୀ ପ୍ରଥମ ଥର ପାଇଁ କୌଣସି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ବିବାଦୀୟ ସହ ବୟାନ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି । ସେ ଦାବି କରିଥିଲେ ଯେ କରତାରପୁର କରିଡର ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୁହେଁ ବରଂ ସେନା ମୁଧ୍ୟ ବାଜୱାଙ୍କ ପ୍ରୋଜେକ୍ଟ ଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top