Sunday, 15 Dec, 6.05 am ଖବର ଓଡିଶା

କ୍ରୀଡ଼ା
ପ୍ରଥମ ଦିନିକିଆ ଆଜି: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଟିମ୍‌ର ଅଧିନାୟକ କୋହଲିଙ୍କ ରେକର୍ଡ ଏମିତି

ଚେନ୍ନାଇ, ଡିସେମ୍ବର ୧୫ (ଖବର ଓଡ଼ିଶା): ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ରବିବାର ଠାରୁ ତିନି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ର ଶୃଙ୍ଖଳା ଆରମ୍ଭ ହେବ। ନିକଟରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଟିମ୍‌ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ୨-୧ରେ ପରାସ୍ତ କରିଥିଲା। ଫଳରେ ଇଣ୍ଡିଜ୍‌ ଟିମ୍‌ ଭାରତୀୟ ଟିମ୍‌ ସମ୍ମୁଖରେ ସମସ୍ୟା ସୃଷ୍ଟି କରିବାକୁ ଚାହିଁବ। ପ୍ରଥମ ଦିନିକିଆ ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଆଜି ଅପରାହ୍ନ ୧ଟା ୩୦ରେ ଖେଳାଯିବ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ପ୍ରଶଂସନୀୟ ହୋଇପାରିଛି। କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୬ଟି ମ୍ୟାଚ୍‌ ଖେଳି ୩୫ଟି ପାଳିରେ ୨୧୪୬ ରନ୍‌ କରିଛନ୍ତି। ସେ ୯ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଣ୍ଡିଜ୍‌ ବିପକ୍ଷରେ କୋହଲିଙ୍କ ସର୍ବାଧିକ ସ୍କୋର ହେଉଛି ଅପରାଜିତ ୧୫୭ ରନ୍‌। ସେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆରେ ୨୦୦୦ ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌। ସେ ଗତ ୧୦ଟି ଇନିଂସରେ ୬ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିରୁ ଥରଟିଏ ସେ ବ୍ୟାଟିଂ କରି ନାହାନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ସାଈ ହୋପ୍‌ଙ୍କ ଠାରୁ ଅନେକ ଆଶା ରଖିଛି। ସେ ଏସୀୟ ଟିମ୍‌ ବିପକ୍ଷରେ ୬୧.୮୩ ହାରରେ ୧୯୭୧ ରନ୍‌ ସଂଗ୍ରହ କରିଛନ୍ତି। ସେ ଏସିଆରେ ୧୨୯.୩୩ ହାରରେ ୧୧ଟି ଇନିଂସରେ ୭୭୬ ରନ୍‌ କରିଛନ୍ତି।

କୁଲଦୀପ ଯାଦବଙ୍କ ନାମରେ ୫୩ଟି ଏକଦିବସୀୟ ମ୍ୟାଚରେ ୯୬ଟି ଓ୍ଵିକେଟ ସାମିଲ ଅଛି। ଏହି ଶୃଙ୍ଖଳାରେ ଭାରତ ତରଫରୁ ସବୁଠାରୁ କମ ମ୍ୟାଚରେ ୧୦୦ ଏକ ଦିବସୀୟ ଅନ୍ତର୍ଜାତୀୟ ଓ୍ଵିକେଟ ହାସଲ କରିବାର ସୁଯୋଗ ଅଛି। ଏହି କ୍ଷେତ୍ରରେ ମହମ୍ମଦ ସାମି ଆଗରେ ଅଛନ୍ତି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top