Saturday, 14 Dec, 5.05 pm ଖବର ଓଡିଶା

ରାଷ୍ଟ୍ରୀୟ
ରାହୁଲଙ୍କ ଉପରେ ବିଜେପିର ହମଲା, ହଜାରେ ଥର ଜନ୍ମ ନେଲେ ବି ସଭରକର ହୋଇ ପାରିବ ନାହିଁ, ଉପଯୁକ୍ତ ନାମ 'ରାହୁଲ ଜିନ୍ନା'

ନୂଆଦିଲ୍ଲୀ, ଡିସେମ୍ବର୧୪(ଖବର ଓଡ଼ିଶା):

ରାହୁଲଙ୍କ ରେପ୍ ଇନ ଇଣ୍ଡିଆକୁ ନେଇ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି। ଦିଲ୍ଲୀର ରାମଲୀଲା ମଇଦାନରେ କଂଗ୍ରେସର ଭାରତ ବଚାଓ ରାଲିରେ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିକୁ ଶାଣିତ ସ୍ଵରରେ ସମାଲୋଚନା କରିଥିବା ବେଳେ ବିଜେପି ଏହା ଉପରେ ଜବାବ ରଖିଛି। ରେପ୍ ଇନ ଇଣ୍ଡିଆ ବୟାନରେ ବିଜେପି ତାଙ୍କଠୁ କ୍ଷମା ମାଗିବାକୁ ଦାବି କରୁଥିବା ଉପରେ ରାହୁଲ କହିଛନ୍ତି ମୋର ନାମ ରାହୁଲ ସଭରକର ନୁହଁ, ମୁଁ କେବେ ବି କ୍ଷମା ମାଗିବି ନାହିଁ।

ତାଙ୍କର ଏହି ବୟାନକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଟ୍ଵିଟ୍ କରି ରାହୁଲ ଗାନ୍ଧୀଙ୍କ ସରନେମକୁ ନେଇ ହମଲା କରିଛନ୍ତି। ଅନ୍ୟପକ୍ଷେ ବିଜେପି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଜିଭିଏଲ ନରସିମାହ ରାଓ ରାହୁଲଙ୍କୁ ଜିନ୍ନାଙ୍କ ସରନେମ ଲଗାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ଆପଣଙ୍କର ଉପଯୁକ୍ତ ନାମ ରାହୁଲ ଜିନ୍ନା ବୋଲି ସେ କହିଛନ୍ତି। ଏହା ମଧ୍ୟରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଲଙ୍କୁ ନିଶାଣ କରିଛନ୍ତି। ରାହୁଲ ହଜାରେ ଜନ୍ମ ନେଲେ ବି ରାହୁଲ ସଭରକର ହୋଇ ପାରିବେ ନାହିଁ ବୋଲି ସେ କହିଛନ୍ତି।

ଗିରିରାଜ ସିଂହ ରାହୁଲଙ୍କ ବୟାନର ଜବାବ ସ୍ଵରୂପ ଟ୍ଵିଟ୍ କରି କହିଛନ୍ତି ଯେ, ବୀର ସଭରକର ତ ନିଷ୍ଠାପର ଦେଶଭକ୍ତ ଥିଲେ, ଉଦ୍ଧାରରେ ସାଜ୍ଞା ନେଲେ କେହି କେବେ ଗାନ୍ଧୀ ହୋଇଯିବ ନାହିଁ, କେହି ଦେଶଭକ୍ତି ହୋଇ ପାରିବେ ନାହିଁ। ଦେଶଭକ୍ତ ହେବା ଲାଗି ଶିରାରେ ଶୁଦ୍ଧ ହିନ୍ଦୁସ୍ତାନୀ ରକ୍ତ ରହିବା ଦରକାର। ବେଶ ବଦଳାଇ ବହୁତ ଲୋକ ହିନ୍ଦୁସ୍ତାନକୁ ଲୁଟିଛନ୍ତି। ସେ ଟ୍ଵିଟରେ ରାହୁଲ, ସୋନିଆ ଓ ପ୍ରିୟଙ୍କାଙ୍କ ଫଟୋ ପୋଷ୍ଟ କରି ପ୍ରଶ୍ନ କରିଛନ୍ତି ଯେ, ଏହି ତିନି ଜଣ କିଏ ? କଣ ଏହି ତିନି ଜଣ ଦେଶର ନାଗରିକ ?

ବିଜେପି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଜିଭିଏଲ ନରସିମାହ ରାଓ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ରାହୁଲଙ୍କ ନାମ ଜିନ୍ନା ହେବା ଉଚିତ୍। ରାହୁଲଙ୍କ ଉପଯୁକ୍ତ ନାମ ରାହୁଲ ଜିନ୍ନା ରହିଲେ ଭଲ ହେବ। ଆପଣ ମୁସଲିମ ତୃଷ୍ଟିକରଣ ରାଜନୀତି କରୁଛନ୍ତି ଏବଂ ଆପଣଙ୍କର ମାନସିକତା ସଭରକରଙ୍କ ପରି ନୁହଁ ମହମ୍ମଦ ଅଲୀ ଜିହ୍ନାଙ୍କ ପରି ରହିଛି। ଏହି ଟ୍ଵିଟରେ ସେ କଂଗ୍ରେସକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ରାହୁଲ ଗାନ୍ଧୀ ହଜାରେ ଜନ୍ମ ନେଲେ ମଧ୍ୟ ସଭରକର ହୋଇ ପାରିବେ ନାହିଁ। ଯଦି ନାମ ବଦଳାଇବାର ଅଛି ତେବେ ଆଜିଠୁ ତାଙ୍କୁ 'ରାହୁଲ ଥୋଡ଼ା ସର୍ମକର' ନାମରେ ଡାକିବୁ। ଯେଉଁ ବ୍ୟକ୍ତି ମେକ୍ ଇନ୍ ଇଣ୍ଡିଆକୁ ରେମ୍ ଇନ୍ ଇଣ୍ଡିଆ କହୁଛି ତା ପାଇଁ ଏହି ନାମ ଉଚିତ୍ ହେବ।

ଦିଲ୍ଲୀର ଜନତା ମଇଦାନରେ କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଥିଲେ। ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି । ସଭରକରଙ୍କୁ ଉଲ୍ଲେଖ କରି ସେ କହିଛନ୍ତି, ମୁଁ ମରିଯିବି, କିନ୍ତୁ କ୍ଷମା ମାଗିବିନି । ମୋ ନାଁ ରାହୁଲ ସଭରକର ନୁହେଁ, ରାହୁଲ ଗାନ୍ଧୀ । ଉଲ୍ଲେଖଯୋଗ୍ୟ ଯେ ବଳାତ୍କାରକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପିର ମହିଳା ସାଂସଦମାନେ ଶୁକ୍ରବାର ଦିନ ସଂସଦରେ ହଙ୍ଗାମା କରିଥିଲେ । ଏହାପରେ ବିଜେପି ନିର୍ବାଚନ ଆୟୋଗରଙ୍କ ଆଗରେ ମଧ୍ୟ ଅଭିଯୋଗ କରିଥିଲା । ରାହୁଲ ଏହା ଉପରେ ଆଜି ଜବାବ ଦେଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top