Monday, 23 Sep, 8.35 am ଖବର ଓଡିଶା

ରାଷ୍ଟ୍ରୀୟ
ରାଜସ୍ଥାନ: ୩୦୦୦ ପୃଷ୍ଠାର ରାମଚରିତମାନସ ଲେଖିଲେ କଳାକାର, ଓଜନ ୧୫୦ କିଲୋ

ଜୟପୁର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ରାଜସ୍ଥାନରେ ଜଣେ କଳାକାର ଭଗବାନ ଶ୍ରୀରାମଙ୍କୁ ସେ କେତେ ଭଲ ପାଆନ୍ତି, ତାହା ତାଙ୍କର ନିଷ୍ଠାପର ସାଧନା ଓ ଅଧ୍ୟବସାୟରୁ ଜଣାପଡ଼ିଛି । ଦୀର୍ଘ ଦୀନ ଧରି ଏକ ଚିତରେ ଏକ ଲୟରେ ସେ ଏକ ବୃହତ ରାମଚରିତମାନସ ମହାକାବ୍ୟ ରଚନା କରିପାରିଛନ୍ତି । ଏହି ପୁସ୍ତକରେ ୩୦୦୦ ପୃଷ୍ଠା ରହିଛି । ଏହାର ଓଜନ ୧୫୦ କିଲୋ ହେବ ବୋଲି ଜଣାପଡ଼ିଛି । ପୁସ୍ତକରେ ତୈଲ ପ୍ୟାଣ୍ଟିଂ କରାଯାଇଛି ।

ଏହି ବୃହତ୍ତ ରାମଚରିତମାନସ ମହାକାବ୍ୟ କୁ ଲେଖିଥିବା କଳାକାର ଶରଦ ମାଥୁର କହିଛନ୍ତି, ୬ ବର୍ଷ ତଳେ ମୁଁ ରାମଚରିତ ମାନସଲେଖିବା ଆରମ୍ଭ କରିଥିଲି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ, ମୁଁ ଏହି ପୁସ୍ତକକୁ ସେଠାକୁ ଦାନ କରିବି ବୋଲି ଲକ୍ଷ୍ୟ ରଖିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top