Saturday, 07 Sep, 5.35 pm ଖବର ଓଡିଶା

ରାଷ୍ଟ୍ରୀୟ
ରଙ୍ଗ ଦେଖାଇଲା ପାକିସ୍ତାନ, ରାଷ୍ଟ୍ରପତି କୋବିନ୍ଦଙ୍କୁ ଆକାଶମାର୍ଗ ଦେଇ ଯିବାକୁ ଦେଲାନି ଅନୁମତି

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୭ (ଖବର ଓଡିଶା) :

କାଶ୍ମୀର ପ୍ରସଙ୍ଗରେ ବିଚଳିତ ହୋଇଥିବା ପାକିସ୍ତାନର ନୂଆ ବଦମାସୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆର୍ୟରଲାଣ୍ଡ ଯାତ୍ରା ପାଇଁ ଆକାଶମାର୍ଗ ଖୋଲିବାକୁ ମନା କରିଛି ପାକିସ୍ତାନ । ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହା ମହମ୍ମୁଦ କୁରେଶୀ ଶନିବାର ଦିନ କହିଛନ୍ତି "ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆର୍ୟରଲାଣ୍ଡର ଯାତ୍ରା ପାଇଁ ତାଙ୍କ ଆକାଶମାର୍ଗ ଦେଇ ବିମାନଯାତ୍ରା କରିବା ସମ୍ପର୍କରେ ଭାରତର ଅନୁରୋଧକୁ ଅସ୍ୱୀକାର କରାଯାଇଛି" ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦିନ ଆର୍ୟଲାଣ୍ଡ, ସ୍ୱିଜେରଲାଣ୍ଡ ଏବଂ ସ୍ଲୋଭେନିଆ ଗସ୍ତ କରିବେ । ଏହି ଗସ୍ତ ସମୟରେ ଭାରତର ରାଷ୍ଟ୍ରୀୟ ବିଚାରଧାରାକୁ ଏହି ଦେଶ ଗୁଡିକର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରାଇବେ । ପାକିସ୍ତାନ ମନ୍ତ୍ରୀ ସରକାରୀ ପ୍ରସାରକ ପିଟିବିକୁ ସୂଚନା ଦେଇଛନ୍ତି ଯେ କାଶ୍ମୀରର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଥିବାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିଷ୍ପତି ନେଇଛନ୍ତି ।

କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ 40 ଜଣ ସିଆରପିଏଫ ଜବାନ ସହିଦ ହେବା ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ବାଲାକୋଟରେ ଏୟାରଷ୍ଟ୍ରାଇକ କରି ଜୈଶର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା, ଏହାପରେ ପାକିସ୍ତାନ ଫେବ୍ରୁଆରୀ 26 ତାରିଖରୁ ନିଜର ଆକାଶମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲା । ଏହାପରେ ମାର୍ଚ୍ଚ ମାସରେ ପାକିସ୍ତାନ ନିଜର ଆକାଶମାର୍ଗକୁ ଆଂଶିକ ଭାବେ ଖୋଲିଥିଲା କିନ୍ତୁ ଭାରତୀୟ ବିମାନର ଉଢାଣ ଉପରେ ପ୍ରତିବନ୍ଧକ ଜାରି ରଖିଥିଲା ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top