Monday, 23 Sep, 6.35 am ଖବର ଓଡିଶା

ରାଷ୍ଟ୍ରୀୟ
ରାଷ୍ଟ୍ରପତି ଟ୍ରମ୍ପ 'ହାଓଡ଼ି ମୋଦୀ' ପରେ ଟୁଇଟରେ କହିଲେ, ଭାରତକୁ ଆମେରିକା ଭଲ ପାଏ

ହ୍ୟୁଷ୍ଟନ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ହାଓଡି ମୋଦୀ କାର୍ଯ୍ୟକ୍ରମରେ ନିଜର ବହୁ ପ୍ରତୀକ୍ଷିତ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବର୍ତ୍ତିତ ଭାରତର ଚିତ୍ରକୁ ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଓ ଆମେରିକା ମଧ୍ୟରେ କ୍ରମାଗତ ଭାବେ ମଜବୁତ ହେଉଥିବା ସଂପର୍କକୁ ମଧ୍ୟ ଦୋହରାଇଛନ୍ତି । କାର୍ଯ୍ୟକ୍ରମର ସଫଳତା ଉପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନେକ ଟୁଇଟକୁ ରିଟୁଇଟ କରିଛନ୍ତି । ଟ୍ରମ୍ପ ଆମେରିକା-ଭାରତ ମଧ୍ୟରେ ଥିବା ମଜବୁତ ଭାଗିଦାରୀ ସଂପର୍କରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟୁଇଟର ହ୍ୟାଣ୍ଡେଲରୁ ସେୟାର କରାଯାଇଥିବା ଭିଡିଓକୁ ପୁଣିଥରେ ସେୟାର କରି ରାଷ୍ଟ୍ରପତି ଟ୍ରମ୍ପ ଲେଖିଛନ୍ତି, ଭାରତକୁ ଆମେରିକା ଭଲ ପାଏ । ରାଷ୍ଟ୍ରପତି ଟ୍ରମ୍ପ ବିଦେଶ ମନ୍ତ୍ରାଳୟର ଏକ ଟୁଇଟକୁ ମଧ୍ୟ ରିଟୁଇଟ କରିଛନ୍ତି ଏବଂ ଏଥି ସହିତ ଲେଖିଛନ୍ତି ଅଦ୍ଭୁତ । ଆମେରିକା ରାଷ୍ଟ୍ରପତି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତ ଧରି ଷ୍ଟାଡିୟମ ଭିତରେ ବୁଲିଥିଲେ ।

ନିଜର ସମ୍ବୋଧନରେ ଆମେରିକୀୟ ରାଷ୍ଟ୍ରପତି ଭାରତକୁ ଆମେରିକାର ବଡ଼ ସହଯୋଗୀ କହିଛନ୍ତି । ସେ ଭାରତର ବିକାଶରେ ଅଦ୍ଭୁତପୂର୍ଣ୍ଣ ଯୋଗଦାନ ଦେଉଥିବା କଥା କହିଛନ୍ତି । କାର୍ଯ୍ୟକ୍ରମରେ ଟ୍ରମ୍ପ ଓ ମୋଦୀଙ୍କ ଜବରଦସ୍ତ ବଣ୍ଡିଂ ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରଙ୍କ ସମ୍ବୋଧନରେ ଟ୍ରମ୍ପ ହସୁଥିବାର ଦେଖାଯାଉଥିଲା । ସେ ଅନେକ ସମୟରେ ତାଳି ମଧ୍ୟ ମାରୁଥିଲେ । ଆମେରିକା ରାଷ୍ଟ୍ରପତି ଏନବିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନର ନାମ ନ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି କଟ୍ଟରପନ୍ଥୀ ଇସଲାମିକ ଆତଙ୍କବାଦୀଙ୍କୁ ନିର୍ଦ୍ଦୋଷ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କାମ କରିବେ । ଟ୍ରମ୍ପ ଯେତେବେଳେ ଏହା କହିଲେ, ମୋଦୀଙ୍କ ସମେତ ଅନ୍ୟମାନେ ଷ୍ଟାଡିୟମରେ ତାଳି ବଜାଇଥିଲେ । ସେ କହିଥିଲେ ଉଭୟ ଦେଶ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବେ । ଟ୍ରମ୍ପ ନିଜ ଭାଷଣରେ ସୀମା ସୁରକ୍ଷା ବାହିନୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top