Friday, 03 Jan, 7.05 pm ଖବର ଓଡିଶା

ରାଷ୍ଟ୍ରୀୟ
ସଭରକରଙ୍କୁ ସମଲିଙ୍ଗୀ କହିଲା କଂଗ୍ରେସ, ବିଜେପିର ଦୃଢ଼ ଜବାବ- ମାନସିକ ସନ୍ତୁଳନ ବି ହରାଇଲେଣି

ନୂଆଦିଲ୍ଲୀ, ଜାନୁଆରୀ୦୩(ଖବର ଓଡ଼ିଶା):

ନିଜର ପୁସ୍ତିକାରେ ବୀର ସଭରକର ଓ ନାଥୁରାମ ଗୋଡ଼ସେଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ବନ୍ଧ ଥିବା ଦାବି କରୁଥିବା କଂଗ୍ରେସର ଫ୍ରଣ୍ଟଲ ସଂଗଠନ ସେବା ଦଳର ମୁଖ୍ୟ କହିଛନ୍ତି ଯେ, ଏହି ପୂରା ମାମଲା ତଥ୍ୟ ଉପରେ ଆଧାରିତ। ସଭରକରଙ୍କ ଉପରେ ଏହିପରି ଟିପ୍ପଣୀ ନେଇ ବିଜେପି ସହିତ ମହାରାଷ୍ଟ୍ରରେ ନିଜର ସହଯୋଗୀ ଶିବସେନାର ସମାଲୋଚନାର ଶିକାର କଂଗ୍ରେସ କିନ୍ତୁ ନିଜ ଜିଦରେ ଅଟଳ ରହିଛି। ସେବା ଦଳର ପ୍ରମୁଖ ଲାଲଜୀ ଦେଶାଇ କହିଛନ୍ତି ଯେ, ପୁସ୍ତିକାରେ 'ଫ୍ରିଡମ ଆଡ ମିଡନାଇଟ୍' ପୁସ୍ତକର ତଥ୍ୟ ଉଲ୍ଲେଖ ରହିଛି। ଅନ୍ୟପଟେ ବିଜେପି କଂଗ୍ରେସ ତୁଚ୍ଛ ରାଜନୀତି କରୁଥିବା ଆରୋପ ଲଗାଇଥିବା ବେଳେ ଶିବସେନା ଗୋଟିଏ ଗୋଷ୍ଠୀ ମାନସିକ ବିକାରଗ୍ରସ୍ତ ହୋଇ ସଭରକରଙ୍କ ଉପରେ ଏମିତି ବୟାନ କରୁଥିବା କହିଛି।

ବିଜେପି କଂଗ୍ରେସ ନେତାଙ୍କୁ ମାନସିକ ସନ୍ତୁଳନ ହରାଇବା ଏବଂ ମତିଭ୍ରମର ଶିକାର ହୋଇଥିବା ଆରୋପ ଲଗାଇଛି। ମହାରାଷ୍ଟ୍ର ବିଜେପିର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ, ପୁସ୍ତକରେ ସଭରକରଙ୍କ ପ୍ରତି ଉଲ୍ଲେଖ ଆପତ୍ତିଜନକ ଲେଖା ପାଇଁ କଂଗ୍ରେସକୁ କ୍ଷମା ମାଗିବା ଉଚିତ୍।

କଂଗ୍ରେସ ସେବା ଦଳର ପ୍ରମୁଖ ଦେଶାଇ ଶୁକ୍ରବାର କହିଛନ୍ତି ଯେ, ସଭରକରଙ୍କୁ ନେଇ ତାଙ୍କ ସଂଗଠନର ରାୟ ପୂର୍ବରୁ ଯାହା ଥିଲା, ତାହା ଏବେ ବି ବଳବତ୍ତର ରହିଛି। ସଭରକରଙ୍କୁ ବୀର କହିବା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଦୁନିଆ ଜାଣିଛି ଯେ, ସଭରକର ଇଂରେଜଙ୍କଠୁ ୧୧ ଥର କ୍ଷମା ମାଗିଛନ୍ତି। ସ୍ଵାଧୀନତା ସଂଗ୍ରାମୀ ଗୁଳି ଖାଏ, କ୍ଷମା ମାଗେ ନାହିଁ ବୋଲି ସେ କହିଛନ୍ତି। ଦୁଇଟି ରାଷ୍ଟ୍ର ଯେଉଁ ସିଦ୍ଧାନ୍ତ ନେଇଛନ୍ତି ତାକୁ ନେଇ ଆମର ଆପତ୍ତି ରହିଛି।

ବୀର ସଭରକରଙ୍କ ଉପରେ କଂଗ୍ରେସ ସେବା ଦଳର ପୁସ୍ତିକାରେ ଆପତ୍ତିଜନକ ଟିପ୍ପଣୀ ନେଇ ବିଜେପି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। କେନ୍ଦ୍ର ମନ୍ତ୍ରୀ ସ୍ମୁତି ଇରାନୀ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ, କେତେ ଦିନ ପର୍ଯ୍ୟନ୍ତ ଏହି ଦଳ ବୀର ସଭରକରଙ୍କ ବଳିଦାନକୁ ଅପମାନ କରି ଚାଲିବ। ବିରୋଧୀ କଂଗ୍ରେସକୁ ମହାରାଷ୍ଟ୍ରର ଜନତା ଓ ଦେଶର ସମସ୍ତ ଦେଶଭକ୍ତଙ୍କୁ ଏହି ଜବାବ ଦେବାକୁ ପଡ଼ିବ। ବିଜେପି ମହାସଚିବ ଅନିଲ ଜୈନ କଂଗ୍ରେସକୁ ହମଲା କରି କହିଛନ୍ତି ଯେ, କଂଗ୍ରେସ ସଭରକରଙ୍କୁ ନେଇ ତୁଚ୍ଛ ରାଜନୀତି କରୁଛି। ବିଜେପି ଏମିତି ସ୍ତରକୁ କେବେ ବି ଖସିବ ନାହିଁ। ଦୁନିଆ କଂଗ୍ରେସର ଅନେକ ନେତାଙ୍କ ସଂପର୍କ ବିଷୟରେ ବେଶ୍ ଭଲ ଭାବେ ଜାଣିଛନ୍ତି, ମାତ୍ର ସେମାନେ ଏମିତି କାଦୁଆଫିଙ୍ଗା କାମ କରିବାକୁ ଚାହିଁବେ ନାହିଁ।

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କଂଗ୍ରେସ ମାନସିକ ବିକାଗ୍ରସ୍ତ ହୋଇଥିବା କହିଛନ୍ତି। ଅନ୍ୟପଟେ ମଧ୍ୟ ପ୍ରଦେଶ ବିଜେପି ସଭାପତି ରାକେଶ ସିଂହ କଂଗ୍ରେସ ମତିଭ୍ରମର ଶିକାର ହୋଇଥିବା କହିଛନ୍ତି। କଂଗ୍ରେସ ସଂପ୍ରତି ମତିଭ୍ରମ ଦେଇ ଗତି କରୁଛି। ସେମାନେ ବୁଝି ପାରୁ ନାହାନ୍ତି ଯେ, କାହାକୁ ବିରୋଧ କରିବେ ଏବଂ କାହାକୁ ସମର୍ଥନ କରିବେ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top