Monday, 17 Feb, 11.15 am ଖବର ଓଡିଶା

ରାଜନୀତି
ଶେଷ ହେଲା କ୍ୟାବିନେଟ ବୈଠକ, 5ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ନେଇ ସୂଚନା

ଭୁବନେଶ୍ୱର, ଫେବୃଆରୀ ୧୭ (ଖବର ଓଡ଼ିଶା):

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । ଏଥିରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ବିଧାନସଭାର ବଜେଟ୍‌ ଅଧିବେଶନ ଚାଲୁଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କିତ କୌଣସି ବି ସୂଚନା ଦିଆଯାଇପାରିବନି।

ତେବେ ସୂତ୍ର ଅନୁସାରେ କ୍ୟାବିନେଟ ବୈଠକ ଅତି ତରବରିଆ ଭାବେ ଡକାଯାଇଥିବାରୁ ବୈଠକରେ ନିଶ୍ଟୟ କିଛି ବଡ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ଲାଗିଥିବା ନେଇ ଆଲୋଚନା ହେଉଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top