Wednesday, 22 Jan, 6.35 pm ଖବର ଓଡିଶା

ଅନ୍ତରାଷ୍ଟ୍ରୀୟ
ସିପିଇସିକୁ ସମାଲୋଚନା କଲା ଆମେରିକା, ପାକିସ୍ତାନକୁ ଚୀନ ଜାଲରେ ନ ଫଶିବା ପାଇଁ ଦେଲା ଚେତାବନୀ

ଇସଲାମାବାଦ,ଜାନୁଆରୀ ୨୨ (ଖବର ଓଡ଼ିଶା):

ଆମେରିକାର ବରିଷ୍ଠ ରାଷ୍ଟ୍ରଦୂତ ଏଲିସ ୱେଲ୍ସ ପୁଣି ଥରେ 60 ଆରବ ଡଲାରର ଚୀନ-ପାକିସ୍ତାନ ଆର୍ଥିକ କରିଡର (ସିପିଇସି)ର ସମାଲୋଚନା କରି କରିଛନ୍ତି ଏବଂ କହିଛନ୍ତି ଯେ ଏହି ପରିଯୋଜନାରେ ପାରଦର୍ଶିତା ନାହିଁ । ଏହାଦ୍ୱାରା ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଉପରେ ଋଣ ବୋଝ ଆହୁରି ବଢ଼ିବ ।

ୱେଲ୍ସ ନିଜର ଚାରି ଦିବସୀୟ ପାକିସ୍ତାନ ଯାତ୍ରା ସମୟରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରତିବନ୍ଧିତ କମ୍ପାନୀକୁ ସିପିଇସିକୁ ଠେକା ଦିଆଯାଇଛି । ୱେଲ୍ସ ଦକ୍ଷିଣ ଏବଂ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଉପ-ବିଦେଶ ମନ୍ତ୍ରୀ ଅଛନ୍ତି । ସିପିଇସି କରିଡ଼ର, ରେଲୱେ ଏବଂ ଉର୍ଜା ପରିଯୋଜନାର ନିୟୋଜିତ ନେଟୱାର୍କ ଅଟେ, ଯାହା ଚୀନର ସଂସାଧନ ସମ୍ପନ୍ନ ଶିନଜିୟାଙ୍ଗ ଉଇଗୁର ସ୍ୱାୟତ୍ତ କ୍ଷେତ୍ରର ଆରବ ସାଗର ଉପରେ ପିକ୍ସାତନର ରାଜନୈତିକ ଗ୍ୱାଦର ବନ୍ଦରକୁ ଯୋଡ଼ୁଛି ।

ଗତ ବର୍ଷ ନଭେମ୍ୱରରେ ପାକିସ୍ତାନକୁ କହିଥିଲେ ଯେ ସେ ସିପିଇସି ଉପରେ ଚୀନକୁ କଡ଼ା ପ୍ରଶ୍ନ କରୁ କାହିଁକି ନାଁ ଏହାଦ୍ୱାରା ତାଙ୍କର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇପାରେ । ଡନ୍‌ର ରିପୋର୍ଟ ଅନୁସାରେ ୱେଲ୍ସ କହିଛନ୍ତି ଯେ ସିପିଇସିରେ ପାରଦର୍ଶିତା ନାହିଁ ଏବଂ ଚାଇନାର ବିତ୍ତପୋଷଣରୁ ପାକିସ୍ତାନ ଉପରେ ଋଣ ବୃଦ୍ଧି ପାଉଛି । ସେ ଏହି ପରିଯୋଜନା ଉପରେ ପୁଣି ଥରେ ବିଚାର କରିବାକୁ କହିଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top