Friday, 18 Oct, 3.35 pm ଖବର ଓଡିଶା

ରାଷ୍ଟ୍ରୀୟ
ସୋନିପତରେ ଗର୍ଜିଲେ ମୋଦୀ, କଂଗ୍ରେସ ଭ୍ରଷ୍ଟାଚାରର ଫସଲ କରି ଘୋଟାଲା ଅମଳ କରିଛି

ସୋନିପତ, ଅକ୍ଟୋବର ୧୮ (ଖବର ଓଡିଶା) :

ହରିୟାଣାରେ ଆଜି ନିର୍ବାଚନ ପ୍ରଚାରର ଅନ୍ତିମ ଦିନ। ଏଥିପାଇଁ ବିଜେପିରୁ ଖୋଦ୍ ପ୍ରଧାନମନ୍ତ୍ରୀ ମଙ୍ଗ ଧରିଛନ୍ତି। ଆଜି ନିର୍ବାଚନ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ସୋନିପତରେ ପହଁଚିଛନ୍ତି। ଏହି ସମୟରେ ମୋଦୀ ଏକ ଜନସଭାରେ ସମ୍ବୋଧିତ କରିଛନ୍ତି। ମୋଦୀ କହିଛନ୍ତି କି, ଧାରା ୩୭୦ ଉଚ୍ଛେଦ ହେବାପରେ କଂଗ୍ରେସର ପେଟ କାଟିବା ଆରମ୍ଭ ହୋଇଗଲାଣି।

ମୋଦୀ କହିଛନ୍ତି କି, ହରିୟାଣା ଭାରତକୁ ବହୁ କ୍ଷେତ୍ରରେ ଗୌରବାନ୍ଵିତ କରିଛି। କୁସ୍ତୀ ହେଉ କି ଆତଙ୍କବାଦ ବିରୋଧରେ ଲଢେଇ ହେଉ ଏହି କ୍ଷେତ୍ର ବୀରତ୍ଵ ପାଇଁ ପ୍ରସିଦ୍ଧ। ସୋନିପତର ଅର୍ଥ ହେଉଛି କିସାନ, ଜବାନ ଏବଂ ପହିଲମାନ। ନିର୍ବାଚନ ବଡ ବଡ ଅହଙ୍କାର ମାଟିରେ ମିଶାଇଛି। ଆମେ ପରିବାରବାଦକୁ ଶକ୍ତ ପ୍ରହାର କରିଛୁ। ଆମେ ହିନ୍ଦୁସ୍ତାନକୁ ଆର୍ଥିକ ରୂପରେ ମହାଶକ୍ତି କରିବାକୁ ଚାହୁଁଛୁ। ଗତ ୫ ବର୍ଷ ମଧ୍ୟରେ ବିଜେପି ସରକାର ହରିୟାଣା ପାଇଁ ବହୁ କାମ କରିଛନ୍ତି। କୃଷକଙ୍କୁ ବହୁ ଲାଭ ମିଳିଛି। କୃହକମାନଙ୍କୁ ଯୋଜନାରୁ ବହୁ ଲାଭ ମିଳିଛି।

ଏହି ସମୟରେ ମୋଦୀ କଂଗ୍ରେସ ଉପରେ ପ୍ରହାର କରି କହିଛନ୍ତି କି, ପାକିସ୍ତାନ ସହ ତାଙ୍କର କଣ କେମେଷ୍ଟ୍ରି ରହିଛି ତାହା ଚଳିତ ନିର୍ବାଚନରେ ଆପଣମାନଙ୍କୁ ଖୋଜିବାକୁ ପଡିବ। କଂଗ୍ରେସର କୁଶାସନରେ ନା ଯବାନ ସୁରକ୍ଷିତ ଥିଲା ନା ହରିୟାଣାର କୃଷକ, ନା ଖେଳାଳୀ। ଏହାର ଉତ୍ତର ଆପଣଙ୍କୁ ଖୋଜିବାକୁ ପଡିବ। କୃଷକର କ୍ଷେତରେ ସେମାନେ ଦୁର୍ନିତୀର ଫସଲ କରିଛନ୍ତି ଏବଂ ଖେଳରେ ଘୋଟାଲା ଅମଳ କରିଛି। କିନ୍ତୁ ହରିୟାଣାର ସପୁତ୍ରଙ୍କୁ ଏହାର ଫରକ ପଡୁନି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Khabar Odisha
Top