Dailyhunt
୧୨ ଫୁଟ ଅହିରାଜ ଉଦ୍ଧାର, ଉଦ୍ଧାର କରିଲା ବନ ବିଭାଗ

୧୨ ଫୁଟ ଅହିରାଜ ଉଦ୍ଧାର, ଉଦ୍ଧାର କରିଲା ବନ ବିଭାଗ

K NEWS 5 days ago

ଦଳା : ଜନବସତିରେ ପଶିଲା ଅହିରାଜ । ଏକ ବିଶାଳ କାୟ ଅହିରାଜ କୁକୁଡ଼ା ଦୋକାନ ଭିତରେ ପଶି ଯାଇଥିବା ବେଳେ ତାହାକୁ ଉଦ୍ଧାର କରିଲା ବନ ବିଭାଗ । କପ୍ତିପଦା ବନାଞ୍ଚଳ ଅଧିନ ପଦ୍ମପୋଖରୀ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଦୋକାନ ଭିତରେ ଏକ ଅହିରାଜ ସାପ ପଶିଥିବା ଦୋକାନୀ ଦେଖିବାକୁ ପାଇଥିଲେ । ଏହା ପରେ ସେ ଘଟଣା ବାବଦରେ କପ୍ତିପଦା ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ବନ ବିଭାଗ ସହିତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଂଚିଥିବା ବେଳେ ଅହିରାଜଟି ଦୋକାନରୁ ବାହାରି ନିକଟସ୍ଥ ଏକ ବୁଦା ନିକଟରେ ଲୁଚିଯାଇଥିବା ବନ ବିଭାଗ ଦେଖିବାକୁ ପାଇଥିଲା । ଏହା ପରେ ସାପଟିକୁ ଦୀର୍ଘ ସମୟ ଚେଷ୍ଟା ପରେ ଧରିବା ସହିତ ସୁରକ୍ଷିତ ଭାବେ ଶିମିଳିପାଳରେ ଛାଡି ଦିଆଯାଇଛି। ଉଦ୍ଧାର ଅହିରାଜ ସାପର ଲମ୍ବ ୧୨ ଫୁଟ ରୁ ଅଧିକ ହୋଇଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ସାପଟି ଆସିଥିବା କୁହାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha