Dailyhunt
'୪ ଘଣ୍ଟା ଯାଏଁ ନଜର ହଟାଇପାରିନି'. ବିରାଟ କୋହଲିଙ୍କୁ ପସନ୍ଦ ଆସିଲା ଧୁରନ୍ଧର ୨, ଆଦିତ୍ୟ ଏବଂ ରଣବୀରଙ୍କୁ ପ୍ରଶଂସା କଲେ

'୪ ଘଣ୍ଟା ଯାଏଁ ନଜର ହଟାଇପାରିନି'. ବିରାଟ କୋହଲିଙ୍କୁ ପସନ୍ଦ ଆସିଲା ଧୁରନ୍ଧର ୨, ଆଦିତ୍ୟ ଏବଂ ରଣବୀରଙ୍କୁ ପ୍ରଶଂସା କଲେ

K NEWS 3 days ago

ଦିତ୍ୟ ଧରଙ୍କ ଫିଲ୍ମ ଧୁରନ୍ଧର-ଦ ରିଭେଞ୍ଜ ବଲିଉଡରେ ରେକର୍ଡ କରୁଛି । ଫିଲ୍ମ ଧୁରନ୍ଧରକୁ ଦେଖି ପ୍ରଶଂସ କରିଛନ୍ତି ବିରାଟ କୋହଲି । ଆଇପିଏଲ ୨୦୨୬ ବ୍ୟସ୍ତ ସିଡ୍ୟୁଲ ଭିତରେ ମଧ୍ୟ ପତ୍ନୀ ଅନୁଷ୍କାଙ୍କୁ ଧରି ଫିଲ୍ମ ଦେଖିବାକୁ ଥିଏଟରରେ ପହଞ୍ଚଥିଲେ । ଫିଲ୍ମ ଦେଖିବା ପରେ ଇନଷ୍ଟାଗ୍ରାମରେ ଧୁରନ୍ଧର ୨ର ରିଭ୍ୟୁ ଦେଇଛନ୍ତି ।

ବିରାଟ କୋହଲି ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପ୍ରଶଂସା କରିଛନ୍ତି । ବିରାଟ କିଭଳି ଫିଲ୍ମ ଦେଖିବାରେ ଲୀନ ହୋଇଥିଲେ ତାହା କହିଛନ୍ତି । ୧ ସେକେଣ୍ଡ ପାଇଁ ସ୍କ୍ରିନରୁ ଆଖି ହଟାଇନାହାନ୍ତି ବୋଲି କହିଛନ୍ତି । ବିରାଟ ଲେଖିଛନ୍ତି, ଧୁରନ୍ଧର ଦେଖିଲି, ସତ କହୁଛି, ଭାରତରେ ନିର୍ମିତ ହୋଇଥିବା ଏଭଳି ଫିଲ୍ମ ମୁଁ କେବେ ଆଗରୁ ଦେଖିନାହିଁ । ପୁରା ଫିଲ୍ମରେ ସବୁ ପ୍ରକାରର ଇମୋସନ ରହିଛି । ହସିବା, ରାଗିବା, କାନ୍ଦିବା, ପ୍ରଶଂସା ଏବଂ ସବୁକିଛି ରହିଛି । ପାଖାପାଖି ୪ ଘଣ୍ଟାର ଫିଲ୍ମ ଦେଖି ମୁଁ ବିରକ୍ତି ହୋଇନାହିଁ କି ନଜର ହଟାଇ ପାରିନାହିଁ । ଆଦିତ୍ୟ ଧର, ଆପଣଙ୍କ ଟ୍ୟାଲେଣ୍ଟ ଏବଂ ପରିଶ୍ରମ ଫିଲ୍ମରେ ଦେଖିବାକୁ ମିଳିଛି । ଆପଣଙ୍କୁ ସଲାମ୍ । ଏଥିରେ ସମସ୍ତ କଳାକାର ଭଲ ଅଭିନୟ କରିଛନ୍ତି । ଫିଲ୍ମରେ ରଣବୀର ସିଂଙ୍କ ଅଭିନୟ କମାଲ ।

ବିରାଟଙ୍କ ପୋଷ୍ଟରେ ଆଦିତ୍ୟ ଧର ରିପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି । ବିରାଟ ଅଣ୍ଡର୧୯ ଖେଳିବା ବେଳରୁ ଆଦିତ୍ୟ ଧରଙ୍କ ଫ୍ୟାନ୍ ରହିଛନ୍ତି । ଅନୁଷ୍କା ଶର୍ମା ମଧ୍ୟ ଧୁରନ୍ଧରକୁ ପ୍ରଶଂସା କରିଛନ୍ତି । ଏହାସହିତ ଆଦିତ୍ୟଙ୍କୁ ପ୍ରଶଂସା କରିଛନ୍ତି ।

ଫିଲ୍ମ ଧୁରନ୍ଧର ବକ୍ସ ଅଫିସରେ ଭଲ ଆୟ କରିଛି । ପ୍ରଥମ ବଲିଉଡ ଫିଲ୍ମ ଯାହା ଇଣ୍ଡିଆନ୍ ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା ଆୟ କରିଛି । ୱାଲର୍ଡୱାଇଡ ଏହି ଫିଲ୍ମ ୧୬୦୦ କୋଟି ଟଙ୍କା ଆୟ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha