Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୫୦୦ ମିଟର ଗଭୀର ଘାଇରେ ଖସିପଡିଲା କାର୍, ୮ ମୃତ

୫୦୦ ମିଟର ଗଭୀର ଘାଇରେ ଖସିପଡିଲା କାର୍, ୮ ମୃତ

K NEWS 1 week ago

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରାହ ଉପଖଣ୍ଡର ବୈରଗଡ଼-ସଚ୍ ପାସ୍-କିଲର୍ ରାସ୍ତାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । କାରଟି ୫୦୦ ମିଟର ଗଭୀର ଘାଟିରେ ଖସି ପଡିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ବେଙ୍ଗାଲୁରୁର ଏକ ପର୍ଯ୍ୟଟକ ପରିବାର ଡାଲହାଉସି ବୁଲିବା ପାଇଁ ଏକ ଟ୍ୟାକ୍ସି ବୁକ୍ କରିଥିଲେ ।

ପର୍ଯ୍ୟଟକଙ୍କ ସହିତ ଏକ କାର ବରଫ ଆଚ୍ଛାଦିତ ସାଚ୍ ପାସ୍ ଅଞ୍ଚଳ ଆଡକୁ ଯାଉଥିଲେ । ଫଳରେ ଗଭୀର ଘାଟିରେ ଖସି ପଡି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଗାଡିରେ ଡ୍ରାଇଭରଙ୍କ ସମେତ ୯ ଜଣ ବ୍ୟକ୍ତି ଏବଂ ୨ ଜଣ ପିଲା ଥିଲେ । କିନ୍ତୁ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରିଲିଫ୍ କାର୍ଯ୍ୟରେ ବହୁତ ଅସୁବିଧା ସୃଷ୍ଟି କଲା। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘାଟିରୁ ମୃତଦେହ ଉଦ୍ଧାର କରାଯାଇ ନଥିଲା । ପୁଣି ଆଜି ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ଧାର ଦଳଙ୍କ ସହାୟତାରେ ମୃତଦେହ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା ।

ଅନ୍ୟପଟେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ କରୁଛନ୍ତି । ଏଥିସହ ଚମ୍ବା ପୋଲିସ ଅଧିକ୍ଷକ ବିଜୟ କୁମାର ସକଲାନି ଦୁର୍ଘଟଣାର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha