ଆଇପିଏଲ୍ ୨୦୨୬ ଫାଇନାଲ ଆଜି ଅହମଦାବାଦରେ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଅହମ୍ମଦାବାଦ ଷ୍ଟାଡିୟମରେ ଖେଳାଯିବ । କ୍ରିକେଟ ଫ୍ୟାନ୍ସଙ୍କ ପକେଟ ଉପରେ ମହଙ୍ଗା ମାଡ଼ ହୋଇଛି । ଅହମଦାବାଦରେ ହୋଟେଲ ଠାରୁ ଆରମ୍ଭ କରି ବିମାନ ଟିକେଟ ଆକାଶଛୁଆଁ ହୋଇଛି । ତେବେ ମ୍ୟାଚ୍ ପାଇଁ ଅହମ୍ମଦାବାଦକୁ ବିମାନ ଭଡ଼ା ୧୭,୦୦୦ ଟଙ୍କାରୁ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ସେହିଭଳି ଅହମ୍ମଦାବାଦରେ ବଡ଼ ହୋଟେଲଗୁଡ଼ିକରେ ଗୋଟିଏ ରାତିର ଭଡ଼ା ବି ୩୬,୦୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଛି ।
ଅହମ୍ମଦାବାଦର ଅଧିକାଂଶ ପ୍ରିମିୟମ ହୋଟେଲ ୩୦ ଏବଂ ୩୧ ମେ'ରେ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଛି । ଯେଉଁ ରୁମ ୮ ହଜାରରୁ ୧୦ ହଜାର ଭିତରେ ମିଳିଯାଏ, ସେଗୁଡିକ ଏବଂ ୩୬ ହଜାର ହୋଇଛି । ଆଇପିଏଲ ଫାଇନାଲ ଯୋଗୁଁ ହୋଟେଲ ମାତ୍ର ଦୁଇ ଦିନରେ ୨୦୦ କୋଟି ଟଙ୍କାରୁ ଅଧିକ ଲାଭ ହେବ । ଆଇପିଏଲ୍ ଫାଇନାଲ ମ୍ୟାଚ୍ ଯୋଗୁ ଏସ୍ଜି ହାଇୱେ, ମୋଟେରା, ଚାନ୍ଦଖେଡା ଏବଂ ଗାନ୍ଧିନଗର ଆଦି ସ୍ଥାନରେ ହୋଟେଲର ସବୁଠାରୁ ଅଧିକ ଚାହିଦା ରହିଛି ।
କେବଳ ବିମାନ ଟିକେଟ ଏବଂ ହୋଟେଲ ଦାମ୍ ନୁହେଁ ଟ୍ରେନ ଏବଂ ବସ୍ ଟିକଟ ଚାହିଦା ବି ବୃଦ୍ଧି ପାଇଛି । ଟ୍ୟାକ୍ସି, ରେଷ୍ଟୁରାଣ୍ଟ, ଟ୍ରାଭେଲ ଏଜେନ୍ସୀ, ସ୍ଥାନୀୟ ବଜାର ଏବଂ ଛୋଟ ବ୍ୟବସାୟ ଉପରେ ମଧ୍ୟ ଆୟୋଜନରୁ ଲାଭ କରିପାରିବେ ।

