Dailyhunt
ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ, ହର୍ମୁଜ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ, ହର୍ମୁଜ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

K NEWS 4 days ago

ନୂଆଦିଲ୍ଲୀ: ଆଜି ସରୁଛି ଇରାନକୁ ଟ୍ରମ୍ପଙ୍କ ଡେଡଲାଇନ । ୮ଟା ଯାଏ ଡେଡଲାଇନ୍ ଦେଇଛନ୍ତି ଟ୍ରମ୍ପ । ଇରାନ ହର୍ମୁଜ ପ୍ରଣାଳୀ ନ ଖୋଲିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ! । କଣ୍ଟ ପୂରିବା ପରେ ଭୟଙ୍କର ଆକ୍ରମଣ କରିବ ଆମେରିକା । ଇରାନର ଶକ୍ତି କେନ୍ଦ୍ର ସହ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ବଡ଼ ବଡ଼ ବ୍ରିଜ୍ ଉଡାଇ ଦେବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।

୩୯ ଦିନରେ ପହଞ୍ଚିଛି ଫେବୃୟାରୀ ୨୮ରୁ ଆରମ୍ଭ ହୋଇଥିବା ଅପରେସନ ଏପିକ ଫ୍ୟୁରି । ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ ଇରାନ ସହ ବିବାଦକୁ ଶେଷ କରିବାକୁ ଚାହୁଁଛନ୍ତି ନା ଯୁଦ୍ଧକୁ ଆହୁରି ବଢ଼ାଇବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ଟ୍ରମ୍ପ କହିଛନ୍ତି, ଏହା ଇରାନର କାର୍ଯ୍ୟ ଉପରେ ନିର୍ଭର କରେ ।

ଏବେ ଗୁରୁତ୍ୱପୂର୍ଣ୍ଣ ସମୟ ଚାଲିଛି । ସେମାନଙ୍କ ପାଖରେ ସମୟ ଅଛି, ୮ଟା ପର୍ଯ୍ୟନ୍ତ ସମୟ ଅଛି। ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ପରବର୍ତ୍ତୀ ପଦକ୍ଷେପ କ'ଣ ନେବ, ତାହା ଇରାନର ପଦକ୍ଷେପ ଉପରେ ନିର୍ଭର କରେ। ସେପଟେ ହର୍ମୁଜ ନଖୋଲିବା ଜିଦରେ ଇରାନ ଅଟଳ ଥିବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଯଦି ଇରାନ ଉପରେ ଆକ୍ରମଣ ବଢ଼େ ତେବେ ଅଶୋଧିତ ତୈଳ ଦର ଆହୁରି ବଢିବା ଆଶଙ୍କା ରହିଛି । ଆମେରିକା ଟାର୍ଗେଟରେ ପାୱାରପ୍ଲାଣ୍ଟ ଥିବାରୁ ଏହାର ଚାରିପଟେ ମାନବ ଶୃଙ୍ଖଳ କରିବା ପାଇଁ ଇରାନ ଅପିଲ କରିଛି । ଛାତ୍ରଛାତ୍ରୀ, କଳାକାର, ଆଥଲେଟ ଆଣବିକ ପ୍ଲାଣ୍ଟ ଚାରିପଟେ ଆଜି ମାନବ ଶୃଙ୍ଖଳ କରିବାକୁ କୁହାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha