Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆମ୍ବୁଲାନ୍ସକୁ ପିଟିଲା ହାଇୱା, ଡ୍ରାଇଭର ଗୁରୁତର

ଆମ୍ବୁଲାନ୍ସକୁ ପିଟିଲା ହାଇୱା, ଡ୍ରାଇଭର ଗୁରୁତର

K NEWS 1 hr ago

ଗତସିଂହପୁର: ଗୁରୁତର ୧୦୮ ଆମ୍ବୁଲାନ୍ସ କୁ ପିଟିଲା ହାଇୱା । କଟକରୁ ରୋଗୀ ଛାଡି ଫେରୁଥିବା ସମୟରେ ଜଗତସିଂହପୁର ଧନିପୁର ଛକଠାରେ ବିଳମ୍ବିତ ରାତିରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭର ମାନସ ସାହୁ ଗୁରୁତର ହୋଇଛନ୍ତି । ତାଙ୍କ ବାମ ହାତ ସଂପୂର୍ଣ୍ଣ ଛିଣ୍ଡି ଯାଇଛି। ଗୁରୁତର ଅବସ୍ଥାରେ ମାନସଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲ ଓ ପରେ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଛି।

ସେଠାରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନସରେ ଥିବା ଅନ୍ୟ ୨ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ରବିବାର ମଧ୍ୟ ସରକାରୀ ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ସରକାରୀ ବସ ଧକ୍କା ରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବାଲିଗୁଡା ଥାନା ସଲାଗୁଡ଼ା ପଂଚାୟତର କୁଡକେଲକିଆ ଘାଟି ବୁଲାଣିରେ ଘଟିଥିଲା ଦୁର୍ଘଟଣା । ମୃତ ବାଇକ ଚାଳକ କୁଡକେଲକିଆ ଗାଁର ବୀରେନ୍ଦ୍ର ମଳିକ ବୋଲି ଜଣା ପଡିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha