Thursday, 17 Jun, 1.28 pm K NEWS

ଦେଶ ବିଦେଶ
ଆସିଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ମୁଲ୍ୟାୟନ ଫର୍ମୁଲା: ୧୦ମ, ଏକାଦଶ ଓ ଏବଂ ଦ୍ୱାଦଶ ପ୍ରିବୋଡ ଆଧାରରେ ବାହାରିବ ରେଜଲ୍ଟ

ନୂଆଦିଲ୍ଲୀ (କେ ନ୍ୟୁଜ): ଆସିଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ମୁଲ୍ୟାୟନ ସୁତ୍ର । ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ ନେଇ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ୧୦ମ, ଏକାଦଶ ଓ ଏବଂ ଦ୍ୱାଦଶର ପ୍ରିବୋଡର୍ର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶ ଶ୍ରେଣୀର ଫାଇନାଲ ରେଜଲ୍ଟ ବାହରିବ । ୩୦ + ୩୦ + ୪୦ ଆଧାରରେ ଫାଇନାଲ ରେଜଲ୍ଟ ବାହାରିବ । ୧୦ମ ଶ୍ରେଣୀର ୩୦ ପ୍ରତିଶତ, ଏକାଦଶ ଶ୍ରେଣୀର ୩୦ ପ୍ରତିଶତ ଏବଂ ଦ୍ୱାଦଶ ପ୍ରିବୋର୍ଡ ମାର୍କର ୪୦ ପ୍ରତିଶତକୁ ଗୁରୁତ୍ୱ ଦେଇ ଫାଇନାଲ ରେଜଲ୍ଟ ବାହାରିବ ।

ଦଶମ ଓ ଏକାଦଶର ଟର୍ମ ଏକଜାମ୍‌ର ୫ଟି ପେପର ମଧ୍ୟରୁ ୩ଟି ଶ୍ରେଷ୍ଠ ନମ୍ବର ରଖିଥିବା ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ସେହିପରି ଦ୍ୱାଦଶ ଶ୍ରେଣୀ ପ୍ରିବୋର୍ଡର ୟୁନିଟ, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ । ଜୁଲାଇ ୩୧ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଆଉଭୋକେଟ ଜୋନେରାଲ କୋର୍ଟଙ୍କୁ ଜଣାଇଛନ୍ତି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Knews Odisha
Top