ନୂଆଦିଲ୍ଲୀ: ଆଉ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଛି ଇରାନ ସେନା । ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ A-10 ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି A-10 ବିମାନଟି F-15E ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା ।
A-10 ର ପାଇଲଟ୍ ବିମାନରୁ ବାହାରି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା ।
ପାଇଲଟ୍ କୁଏତ ବାୟୁସୀମାରେ ପହଞ୍ଚିବା ପରେ ବିମାନରୁ ଡେଇଁ ପଡ଼ିଥିଲେ; ପାଇଲଟ୍ ସୁରକ୍ଷିତ ଅଛନ୍ତି, କିନ୍ତୁ ବିମାନଟି ସମୁଦ୍ରରେ ଖସିପଡ଼ିଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁଇଟି UH-60 ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । କିଛି କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ହେଲିକପ୍ଟର ଦ୍ୱୟ ସୁରକ୍ଷିତ ଭାବେ ଅବତରଣ କରିଛି ।
ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ 'ଭାରତ', ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ

