Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

ଅଭିଷେକ ବାନାର୍ଜୀଙ୍କ ପରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ, ବିଜେପି କହିଲା ସବୁ ଡ୍ରାମା

K NEWS 2 weeks ago

କୋଲକତା : ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି । ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡକୁ ପଥର କିମ୍ବା ବଲ୍ ଭଳି ଜିନିଷ ମରାଯାଇଛି ।

ସେପଟେ ବିଜେପି କହିଛି କି, ସେ ଆହତ ହୋଇନାହାନ୍ତି, କେବଳ ଡ୍ରାମା କରୁଛନ୍ତି ।

ଖବର ମୁତବାକ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଟିଏମସି ନେତା ଗିରଫ, କାର୍ଯ୍ୟକର୍ତ୍ତାଙ୍କୁ ଛାଡିବାକୁ ନେଇ ଚଣ୍ଡିତଲା ଥାନା ପହଞ୍ଚିଥିଲେ । ଏହି ସମୟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ନାରାବାଜୀ ହୋଇଥିଲା । ବିଜେପି କର୍ମୀ ଟିଏମସି ସମର୍ଥକଙ୍କୁ ଦେଖି ଚୋର ଚୋର ବୋଲି ନାରା ଲଗାଇଥିଲେ । ଏହାପରେ ମାହୋଲ ଗରମ ହୋଇଥିଲା । ତେଣୁ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ ବଳ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଥିଲେ । ଏହି ସମୟରେ ପଥର ମାଡ଼ ହୋଇଥିଲା । ଫଳରେ କଲ୍ୟାଣ ବାନାର୍ଜୀ ଆହତ ହୋଇଥିଲେ ।

ସେପଟେ ବିଜେପି କହିଛି କି, କଲ୍ୟାଣ ବାନାର୍ଜୀ କେବଳ ଡ୍ରାମା କରୁଛନ୍ତି । ତାଙ୍କୁ କୌଣସି ଆଘାତ ଲାଗିଛି । କେବଳ ଅଭିଷେକ ବାନାର୍ଜୀଙ୍କ ମାମଲାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଉପରେ ସୋନାରପୁରରେ ଆକ୍ରମଣ ହୋଇଥିଲା । ନିର୍ବାଚନ ପରବର୍ତ୍ତୀ ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିଲେ । ଲୋକମାନେ ତାଙ୍କୁ ଆକ୍ରମଣ କରିବା ସହିତ ଅଣ୍ଡାମାଡ଼ କରିଥିଲେ । ଏହାସହିତ ଚୋର ଚୋର ବୋଲି ନାରା ଲଗାଇଥିଲେ । ଏହି ଘଟଣାରେ ପୋଲିସ ୫ ଜଣକୁ ଗିରଫ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha