ନୂଆପଡ଼ା/ଯାଜପୁର : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁର ହୋଇଥିବାବେଳେ ଅନ୍ୟ ଜଣେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମୁଣ୍ଡମାଳ ଗ୍ରାମର ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁରେ ମକା ବୋଝେଇ ଟ୍ରାକ୍ଟର ଉଲଟି ପଡ଼ିବାରୁ ଟ୍ରାକ୍ଟର ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଛି ।
ମୃତ ଡ୍ରାଇଭର ହେଲେ ଗୌରାଙ୍ଗ ହଂସ । କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଅନ୍ୟ ଏକ ଘଟଣାରେ ସ୍ୱାମୀ ଆଗରେ ଚାଲିଯାଇଛି ସ୍ତ୍ରୀର ଜୀବନ। ବସରୁ ଓହ୍ଲାଇ ରାସ୍ତା ପାରି ହେଉଥିବା ସମୟରେ ଧକ୍କା ଦେଲା ପିକ ଅପ୍ ଭ୍ୟାନ । ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଧର୍ମଶାଳା ଥାନା ମୁଣ୍ଡମାଳ ଗ୍ରାମର ନିଶାକର ପୃଷ୍ଟିଙ୍କ ପତ୍ନୀ ଆରତୀ ପୃଷ୍ଟି (୪୩) । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ଧର୍ମଶାଳା ପୋଲିସ ତଦନ୍ତ କରୁଛି ।

