କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ପୋଲିସ ଉପରେ ଗତକାଲି ଆକ୍ରମଣ ହୋଇଥିଲା । ଏହି ଘଟଣାରେ କଣ୍ଟାବାଞ୍ଜି ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସ ସୂଚନା ଅନୁଯାୟୀ ଏକ ଚୋରି ମାମଲାର ତଦନ୍ତ କରି ଚୋର ଦଳକୁ ଧରିବା ପାଇଁ ପୋଲିସର ଏକ ଟିମ୍ କଣ୍ଟାବାଞ୍ଜିର ଜିଓ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରିଥିଲା ।
ଏହି ସମୟରେ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀମାନେ ପୋଲିସ ଦଳଉପରେ ହଠାତ୍ ଆକ୍ରମଣ କରିଥିଲେ । ପୋଲିସ ଗାଡିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଥିଲେ । ଆକ୍ରମଣକାରୀ ମାନେ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଥାନାର ଟିମ୍ରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଗୋବିନ୍ଦ ସୁନା ଓ ସଞ୍ଜୀବ ଓରଫ ରୋଶନ କୁରୁଫଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ରୁଦ୍ର କୁମାର ଓ ଜନସାନା ସୁନା । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ମଧ୍ୟ ପୋଲିସ ଖୋଜୁଛି ।

