Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ACF Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଆଇଏଫଏସ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ACF Death Case: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଆଇଏଫଏସ ଅଧିକାରୀ ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

K NEWS 2 weeks ago

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ତତ୍କାଳୀନ DFO , IFS ସଂଗ୍ରାମ କେଶରୀ ବେହେରା ନିଲମ୍ବିତ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ନିଲମ୍ୱନ। ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସମ୍ପୃକ୍ତି ଥିଲେ । ଗଜପତି ଜିଲ୍ଲାର DFO ଥିବା ସମୟରେ ସେ ଅଭି ଯୁକ୍ତ ଥିଲେ। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଜେଲ ଯାଇଛନ୍ତି ତତ୍କାଳୀନ ଡିଏଫଓ ।

ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ ପରେ ଗିରଫ ହୋଇଥିଲେ । ୨୦୨୧ ଜୁଲାଇ ୧୩ରେ ପୋଡ଼ି ହୋଇ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକ ଏହାକୁ ହତ୍ୟା ଓ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ଏହାପରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଗଜପତି ଡିଏଫ୍ ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଜୁଲାଇ ୧୪ରେ ହାଇକୋର୍ଟ ସଂଗ୍ରାମଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ।

୨୦୨୧ର ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଗତ ଜୁଲାଇ ୨୭ ତାରିଖରେ ଆତ୍ମସମର୍ପଣ କରିଥିଲେ । ୫ ବର୍ଷ ପରେ ପାରଳାଖେମୁଣ୍ଡି SDJMଙ୍କ ନିକଟରେ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଥିଲେ ତତ୍କାଳୀନ ଡିଏଫଓ । ୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ କ୍ୱାର୍ଟରରେ ପୋଡ଼ି ହୋଇ ACF ସୌମ୍ୟରଞ୍ଜନ ଗୁରୁତର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ କ୍ରାଇମବ୍ରାଞ୍ଚ ଏବଂ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଆତ୍ମସମର୍ପଣ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ସଂଗ୍ରାମ କେଶରୀ ବେହେରାଙ୍କୁ ସସ୍‌ପେଣ୍ଡ କରାଯାଇଛି । ନ୍ୟାୟିକ ହେପାଜତ ଆଦେଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଲମ୍ବନ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ନିୟମ ଅନୁଯାୟୀ ପରବର୍ତ୍ତୀ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha