Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅପଗ୍ରେଡ୍ ହେବ Samsung Galaxy Z Fold 8 Ultra, ୟୁଜର୍ସଙ୍କୁ ମିଳିବ 50MPର ୱାଇଡ୍ ଆଙ୍ଗେଲ କ୍ୟାମେରା

ଅପଗ୍ରେଡ୍ ହେବ Samsung Galaxy Z Fold 8 Ultra, ୟୁଜର୍ସଙ୍କୁ ମିଳିବ 50MPର ୱାଇଡ୍ ଆଙ୍ଗେଲ କ୍ୟାମେରା

K NEWS 1 week ago

Samsung Galaxy Z Fold 8 ସିରିଜର ଏହି ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଭାରତ ସମେତ ବିଶ୍ବ ବଜାରରେ ଲଞ୍ଚ ହେବ । Samsungର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ସିରିଜ ଜୁଲାଇ ଶେଷ ଅଗଷ୍ଟ ମାସର ଆରମ୍ଭରେ ଲଞ୍ଚ ହେବ । ଏବେ ଏହି ସିରିଜର ସମସ୍ତ ମଡେଲର କେସ୍ ଅନଲାଇନରେ ଲିକ୍ ହୋଇଛି । ଯାହା ଫୋନର ଡିଜାଇନ୍ ପ୍ରକାଶ କରିଛି । ଏହି ସିରିଜର Galaxy Z Fold 8 Ultra କ୍ୟାମେରା ସମ୍ପର୍କରେ ବିବରଣୀ ମଧ୍ୟ ସାମ୍ନାକୁ ଆସିଛି ।

ଏହି ଫୋନ୍ 50MPର ୱାଇଡ୍ ଆଙ୍ଗେଲ କ୍ୟାମେରା ସହିତ ଲଞ୍ଚ ହେବ ।

ଏକ ରିପୋର୍ଟ ମୁତାବକ Samsungର ଏହି ଅଲ୍ଟ୍ରା ସ୍ମାର୍ଟଫୋନ୍ ବ୍ୟାକରେ ଟ୍ରିପଲ୍ କ୍ୟାମେରାର ସେଟଅପ୍ ରହିଛି । ଫୋନରେ 50MPରଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିବ । ଯାହା ପୂର୍ବ ସିରିଜ୍ ଅପେକ୍ଷା ଅପଗ୍ରେଡ୍ । Samsung Galaxy Z Fold 7କୁ 12MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ସହିତ ଲଞ୍ଚ କରିଛି । Galaxy S26 Ultra ପରି, ଫୋଲ୍ଡେବଲ୍ ଫୋନର ଅଲ୍ଟ୍ରା ମଡେଲ୍‌ରେ ମଧ୍ୟ ଏକ ଅପଗ୍ରେଡ୍ 50MP ଓ୍ୱାଇଡ୍-ଆଙ୍ଗଲ୍ କ୍ୟାମେରା ରହିବ ।

ଏହା ସହିତ Samsung Galaxy Z Fold 8 ସିରିଜରେ 200MPର ମେନ୍ କ୍ୟାମେରା ରହିବ । ଫୋନରେ 10MPର ଟେଲିଫଟୋ କ୍ୟାମେରା ମିଳିବ । ଯାହା 3X ଅପ୍ଟିକାଲ୍ ଜୁମକୁ ସପୋର୍ଟ କରିବ । ସେହିପରି Samsung Galaxy Z Flip 8ର ଫିଚର୍ସ ମଧ୍ୟ ସାମ୍ନାକୁ ଆସିଛି । Samsung ର ଏହି ଫୋଲ୍ଡେବଲ୍ ଫୋନ୍ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ସହିତ ଆସିବ, ଯେଉଁଥିରେ 50MP ପ୍ରାଥମିକ କ୍ୟାମେରା ଏବଂ 50MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିବ । Galaxy Z Flip 8 ରେ କୌଣସି ଅପଗ୍ରେଡ୍ ହେବ ନାହିଁ । କମ୍ପାନୀ କେବଳ ପ୍ରୋସେସରକୁ ଅପଗ୍ରେଡ୍ କରିବାକୁ ଯୋଜନା କରୁଛି ।

Samsung Galaxy Z Fold 8 Ultra, Galaxy Z Fold 8 (Wide) ଏବଂ Galaxy Z Flip 8ର କେସ୍ ଲିକ୍ ହୋଇଛି । ଯାହା ଫୋଲ୍ଡେବଲ୍ ଫୋନର ଡିଜାଇନ୍ ପ୍ରକାଶ କରିଛି । ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପାଇଁ କେସ୍‌ଗୁଡ଼ିକରେ ସିଲିକନ୍, ଫାଇବର ଏବଂ ପ୍ଲାଷ୍ଟିକ୍ ବଡି ଥିବା ଜଣାପଡ଼ିଛି । ଏହି ଫୋନ୍‌ଗୁଡ଼ିକ ବ୍ଲାକ୍, ବ୍ଲୁ ଏବଂ ରେଡ୍ କଲର ଅପ୍ସନରେ ଉପଲବ୍ଧ ହେବ ।

Samsungର ଏହି ଅପକମିଂ ୱାଇଡ୍ ଫୋଲ୍ଡେବଲ୍ ଫୋନରେ ଫ୍ରଣ୍ଟ କ୍ୟାମେରା ପାଇଁ ପଞ୍ଚ ହୋଲ୍ ଡିଜାଇନ୍ ରହିବ । ଫୋଲ୍ଡେବଲ୍ ଫୋନରେ ମଧ୍ୟ Infinity-O ଡିସପ୍ଲେ ମିଳିବ । Samsungର ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନରେ Qualcomm Snapdragon 8 Elite Gen 5 ଚିପସେଟ୍ ସହିତ ଆସିବ । ସେହିପରି ଫ୍ଲିପ୍ ଫୋନରେ କମ୍ପାନୀ Exynos ଚିପସେଟର ବ୍ୟବହାର କରିପାରିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha