Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଟଳ ଟନେଲ ନିକଟରେ ପିଲରରେ ମାଡ଼ ହେଲା କାର୍, ଜଣେ ମୃତ, ୩ ଗୁରୁତର

ଅଟଳ ଟନେଲ ନିକଟରେ ପିଲରରେ ମାଡ଼ ହେଲା କାର୍, ଜଣେ ମୃତ, ୩ ଗୁରୁତର

K NEWS 2 weeks ago

ହିମାଳଚ ପ୍ରଦେଶ : ହିମାଚଳ ପ୍ରଦେଶ ଅଟଳ ଟନେଲ ବାହାରେ ମର୍ମନ୍ତୁଦ ଦୁର୍ଘଟଣା । ଅଟଲ ଟନେଲ ନର୍ଥ ପୋର୍ଟଲ ନିକଟରେ ଏକ ଗାଡ଼ି ଦୁର୍ଘଟଣା ହୋଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ରାଜସ୍ଥାନ ସିକର ନିବାସୀ କୈଳାଶ (୩୪) ବୋଲି ଜଣାପଡିଛି ।

ପୋଲିସ କହିବା ମୁତାବକ, ପର୍ଯ୍ୟଟକ ମଙ୍ଗଳବାର ରାତି ୧୦ଟାରେ ମନାଲିରୁ ଲାହୋଲ ଯାଉଥିଲେ ।

ଅଟଳ ଟନେଲ ପାସ୍ କରିବା ପରେ ନର୍ଥ ପୋର୍ଟଲ ବାହାରିବା କିଛି ଦୂରରେ ଗାଡ଼ି ରାସ୍ତାରୁ ନଦୀକୁ ଖସିପଡିଥିଲା । ଗାଡ଼ି ଡ୍ରାଇଭର ସ୍ପିଡକୁ ଯୋଗୁଁ ନିୟନ୍ତ୍ରଣରେ ରଖିପାରିନଥିଲେ । ଗାଡ଼ିଟି ନଦୀ ଉପରେ ନିର୍ମାଣ ହେଉଥିବା ଏକ ପିଲରରେ ମାଡ଼ ହୋଇଥିଲା । ଫଳରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି । ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ।

ଘଟଣା ପରେ ପୋଲିସ ପର୍ଯ୍ୟଟକକୁ ଅପିଲ୍ କରିଛି କି, ପାହାଡ଼ିଆ ରାସ୍ତାରେ ରାତି ସମୟରେ ଯାତ୍ରା କରିବା ଏବଂ ଦ୍ରୁତ ଗତିରେ ଗାଡ଼ି ନ ଚଲାନ୍ତୁ । ବର୍ଷା ଦିନରେ ଗାଡ଼ି ରାସ୍ତାରୁ ଖସିବାର ଭୟ ବେଶି ଥାଏ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha