ଭୁବନେଶ୍ବର: ବଢୁଛି ଏଲପିଜି ଯନ୍ତ୍ରଣା । ବିଭିନ୍ନ ସ୍ଥାନରେ ଗ୍ୟାସ ପାଇଁ ଏଜେନସୀ ଆଗରେ ଲମ୍ବାଲାଇନ। ଛାତ୍ର ଛାତ୍ରୀଙ୍କଠୁ ଆରମ୍ଭ କରି ଫୁଟପାଥ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କର ଏଲପିଜି ପାଇଁ ବଢୁଛି ଟେନସନ । ଧନୀ କି ଗରିବ ରାତି ପାହିଲେ ଗୋଟିଏ ଚିନ୍ତା, ରୋଷେଇ ଘରର ଗ୍ୟାସ ସରିଗଲେ ତୁରନ୍ତ ମିଳିବ ତ ? ବୁକ କରାଯାଇଥିବା ଗ୍ୟାସ ଠିକ ସମୟରେ ଡେଲିଭରି ହେବ ତ?
ଏହାସହ ବୁକିଂ ପୂର୍ବରୁ e-kyc ଚିନ୍ତା ।
ଏମିତି କିଛି ଚିନ୍ତା ସମସ୍ତଙ୍କୁ ଘାରିଥିବା ବେଳେ ଉଚ୍ଚ ଶିକ୍ଷା ବା କ୍ୟାରିୟର ପାଇଁ ମେସରେ ରହୁଥିବା ପିଲାମାନେ ବହୁତ ହଇରାଣ ହରକତ ହେଉଛନ୍ତି । ପାଠ ପଢିବେ ନା ଗ୍ୟାସ ଯୋଗାଡ଼ କରିବେ, ସେହି ଚିନ୍ତା ଘାରିଛି । ୫ କେଜିଆ ଗ୍ୟାସ ମାଧ୍ୟମରେ ରାସ୍ତା କଡ଼ରେ ଚା' ପକୁଡି ବିକୁଥିବା ଛୋଟ ବେପାରୀ ବି ଚିନ୍ତାରେ । ଏଭଳି ସମୟରେ ୫ କେଜିଆ ଗ୍ୟାସ ଫିଲିଂ ଦର ଆକାଶଛୁଆଁ ।

