ଆଇପିଏଲ ୨୦୨୬ରେ ୪୬ତମ ମ୍ୟାଚ୍ ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ଜିତିଥିବା ବେଳେ ଶୁବମନ ଗିଲ ଅଜବ ସ୍ଥିତିରେ ନଜର ଆସିଥିଲେ ।
ଟସ୍ ସମୟରେ ଶୁବମନଙ୍କୁ ବାହାଘରକୁ ନେଇ ପ୍ରଶ୍ନ ପଚରାଯାଇଥିଲା । ଟସ୍ ଜିତିବା ପରେ ଶୁବମନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସବୁକିଛି ଠିକ୍ ଚାଲିଥିବା ବେଳେ କମେଣ୍ଟେଟର ଡେନୀ ମୋରିସନ ହଠାତ୍ ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିଥିଲେ । ମରିସନ କହିଥିଲେ, କ'ଣ ବିବାହ କେବେ ? କିଛି ଯାହା ଆମେ ଜାଣିପାରିବୁ ?
ଏହି ପ୍ରଶ୍ନ ଶୁଣିବା ପରେ ଶୁବମନ ଗିଲ୍ ଟିକେ ଅସହଜ ଅନୁଭବ କରୁଛନ୍ତି । କିଛି ସମୟ ଅପେକ୍ଷା କରି ଶୁବମନ ଉତ୍ତର ଦେଇଥଲେ, ନାଁ ନାଁ କିଛି ନାହିଁ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଶୁବମନ ଗିଲ ଏବେ ସିଙ୍ଗଲ୍ ରହିଛନ୍ତି । ସେ ଏକ ଇଣ୍ଟରଭ୍ୟୁରେ ଏହାର ଖୁଲାସା କରିଥିଲେ । ଲଗାତାର ଟ୍ରାଭେଲ ଏବଂ ବ୍ୟସ୍ତ କ୍ରିକେଟ ଖେଳସୂଚୀ ଯୋଗୁଁ କୌଣସି ସଂପର୍କକୁ ସମୟ ଦେବା ଏବେ ସମ୍ଭବ ନୁହେଁ ।

