ଆଇପିଏଲ ୨୦୨୬ରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ରୟାଲ୍ସ ୨୭ ରନରେ ଜିତିନେଇଥିଛି । ଗୌହ୍ବାଟୀର ବିରାସାପାରା ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କମାଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ ।
ବର୍ଷା ଯୋଗୁଁ ଏହି ମ୍ୟା ୧୧-୧୧ ଓଭରର ଖେଳାଯାଇଥିଲା । ଆଉ ମ୍ୟାଚରେ ବୈଭବଙ୍କ ବ୍ୟାଟିଂକୁ ପସନ୍ଦ କରିଛନ୍ତି ଫ୍ୟାନ୍ସ ।
ଜସପ୍ରୀତ ବୁମରା ଦ୍ବିତୀୟ ଓଭରରେ ବୈଭବଙ୍କୁ ବୋଲିଂ କରିଥିଲେ । ବୁମରା ଲେଗ୍ ସାଇଡରେ ଏକ ସ୍ଲୋ-ବନ ବଲ୍ ପକାଇଥିଲେ । ବୈଭବ ଏହି ବଲରେ ଛକା ମାରିଥିଲେ । ଆଉ ବୁମରା ଏହା ଦେଖି ହସିଥିଲେ । ବୁମରାଙ୍କ ଏହି ଓଭରରେ କମାଲ୍ କରିଥିଲେ ବୈଭବ । ବୁମରାଙ୍କ ମୋଟ ୫ ବଲରେ ଦୁଇଟି ଛକା ସହିତ ୧୪ ରନ୍ କରିଥିଲେ ବୈଭବ ।
ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଯଶସ୍ଵୀ ଜୟସୱାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଗର୍ଜିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୧୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୫୦ ରନର ବିଶାଳ ସ୍କୋର କରିଥିଲା । ଏହି ମ୍ୟାଚରେ ଯଶସ୍ଵୀ ଜୟସୱାଲ ୭୭ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ ୧୪ ବଲରୁ ୩୯ ରନ କରିଥିଲେ । ଜବାବରେ ମୁମ୍ବାଇ ୯ ୱିକେଟ୍ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ୨ଘଣ୍ଟା ୪୦ ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ ୧୧ ଓଭର ବିଶିଷ୍ଟ ରଖାଯାଇଥିଲା ।

