Dailyhunt
ବଜ୍ରପାତରେ ଜଳିଗଲା ଚାରି ବଖରା ଘର, ସମସ୍ତ ଉପକରଣ ପୋଡି ପାଉଁଶ

ବଜ୍ରପାତରେ ଜଳିଗଲା ଚାରି ବଖରା ଘର, ସମସ୍ତ ଉପକରଣ ପୋଡି ପାଉଁଶ

K NEWS 1 week ago

ବ୍ରହ୍ମଗିରି: ବଜ୍ରପାତରେ ଜଳିଗଲା ଦୁଇ ପରିବାରର ଚାରି ବଖରା ଘର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚାୟତ ଫତେପୁର ଗାଁରେ ଅଘଟଣ । କାଳ ବୈଶାଖୀ ପ୍ରଭାବରେ ବଜ୍ରପାତରୁ ଘରେ ଲାଗିଗଲା ନିଆଁ । ଘରେ କେହି ପୁରୁଷ ନଥିବାରୁ ମହିଳାମାନେ ଛୋଟ ଛୁଆଙ୍କୁ ନେଇ ବ୍ୟସ୍ତ ହୋଇପଡ଼ିଥିଲେ । ବିଳମ୍ବରେ ଅଗ୍ନିଶ୍ରମ ବାହିନୀ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବି ଘର ଚାଳ ସହିତ ବ୍ୟବହାର ଉପକରଣ ପୋଡି ପାଉଁଶ ହୋଇଯାଇଛି ।

ସେହିଭଳି, ଗତମାସ ମଧ୍ୟ ବାଲେଶ୍ବର ଜିଲ୍ଲା ସିଂଲାଥାନା ଅନ୍ତର୍ଗତ ସାର୍ଥା ପଞ୍ଚାୟତର ବାଂଶ୍ରୀଗ୍ରାମରେ ଘଟିଥିଲା ଅଭାବନୀୟ ଘଟଣା । ଏହି ଗ୍ରାମର ଗୋବର୍ଧନ ଧଡାଙ୍କ ଘର ନିକଟରେ ବିଳମ୍ବିତ ରାତିରେ ବଜ୍ରପାତ ହେବା ସହ ହଠାତ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାପରେ ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଦୌଡି ପଳାଇଥିଲେ। ହୁତୁହୁତୁ ହୋଇ ଘରଟି ଜଳିଯାଇଥିଲା ।

କାଳବୈଶାଖୀ ଜନିତ ବଜ୍ରପାତରେ ଜଳିଯାଇଥିଲା ଘର । ମୃତ୍ଯୁମୁଖରୁ ଅଳ୍ପକେ ବର୍ତ୍ତିଥିଲେ ପରିବାର ଲୋକେ । ନିଆଁ ଲାଗିବା ଯୋଗୁ ଘରର ସମସ୍ତ ଆସବାବପତ୍ର, ଧାନ,ଚାଉଳ, ନଗଦ ଟଙ୍କା ପୋଡ଼ି ପାଉଶଁ ହେବା ସହ ୯ ଟି ଛେଳି ଏବଂ ୫ ଟି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha