Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାସ୍ଥଳରେ ପୋଲିସ

ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାସ୍ଥଳରେ ପୋଲିସ

K NEWS 5 days ago

ଭୁବନେଶ୍ବର: ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନାଲର ଉପରମୁଣ୍ଡରୁ ମୃତଦେହଟି ଭାସି ଆସି ଏଠାରେ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କେନାଲରୁ ବାହାର କରିବାକୁ ପ୍ରୟାସ ଚଳାଇଛି । ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ୱରର ବମିଖାଲ କେନାଲ କଡ଼ରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଲାଗିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସକାଳ ସମୟରେ ସ୍ଥାନୀୟ ଲୋକମାନେ କେନାଲ କଡ଼ରେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପ୍ରାଥମିକ ତଦନ୍ତରେ ଅନୁମାନ କରାଯାଉଛି ଯେ, କେନାଲର ଉପରମୁଣ୍ଡରୁ ମୃତଦେହଟି ଭାସି ଆସି ଏଠାରେ ଲାଗିଥିବା ସମ୍ଭାବନା ରହିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ମଶାଣି ଭିତରେ ମଦ ଭାଟି, ଚଢାଉ କରି ବେଆଇନ ମଦ ଜବତ କଲା ପୋଲିସ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha