Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରଭାବରେ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରଭାବରେ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

K NEWS 1 week ago

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଉତ୍ତରଓଡ଼ିଶା ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆହୁରି ସକ୍ରିୟ ହେବ ଲଘୁଚାପ ।

ସକ୍ରିୟ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା ।

ସେପଟେ ରାଜ୍ୟରେ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଆଜି ସକାଳ ୮ ସୁଦ୍ଧା, ବରଗଡ଼ର ଅମ୍ବାଭୋନାରେ ସର୍ବାଧିକ ୧୮୦ ମିମି ବର୍ଷା ରେକର୍ଡ ହୋଇଛି । ସମ୍ବଲପୁରର ଯୁଯୁମରାରେ ୧୩୦ମିମି ଓ ବରଗଡ଼ର ଅତାବିରାରେ ୧୨୦ ମି.ମି ବର୍ଷା ରେକର୍ଡ କରାଯାଇଛି। ଟ୍ବିନସିଟିରେ ମଧ୍ୟ ଜୋର ବର୍ଷା ହେଉଛି। ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସମ୍ଭାବନା ରହିଛି।

ସେପଟେ କନ୍ଧମାଳରେ ୨ ଦିନ ସ୍କୁଲ ଛୁଟି । ଆଜି ଓ ଆସନ୍ତାକାଲି ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖାଯିବାକୁ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ହେଲା ଛୁଟି ଘୋଷଣା କଲେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ । ଲଗାଣ ବର୍ଷାରେ ଜୀବନ ଯାତ୍ରା ପ୍ରଭାବିତ ହେଉଥିବାରୁ ସାଧାରଣ ଜନତାଙ୍କୁ ସତର୍କ ରହିବାକୁ ମଧ୍ୟ ଅପିଲ୍ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha