Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Banki Dengue Alert : ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Banki Dengue Alert : ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

K NEWS 1 week ago

ବାଙ୍କୀ : ବାଙ୍କୀରେ ଡେଙ୍ଗୁ ଆତଙ୍କ। ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରୁଥିବାବେଳେ ଆଉ ଜଣେ ଚିକିତ୍ସିତ ହେଉଛନ୍ତି । ଗତ ମାସରେ ଜଣେ ରୋଗୀ ପୁରୀରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଡମପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କେରଳରେ କାର୍ଯ୍ୟ କରୁଥିଲେ ସେଠାରେ ଜ୍ୱରରେ ପୀଡିତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।

ପରୀକ୍ଷା ପରେ ଡେଙ୍ଗୁ ଜଣାପଡ଼ିବାରୁ ତାଙ୍କୁ ଚିକିତ୍ସା କରା ଯାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ଠାରୁ ଢ଼ସଂର ଗାଁର ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଜଣେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଆଲୋକ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha