ଆଇପିଏଲରେ ୫୫ରନରେ ବେଙ୍ଗାଲୁରୁକୁ ହରାଇ ହାଇଦ୍ରାବାଦ ବିଜୟୀ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୪ ୱିକେଟ ହରାଇ ୨୫୫ ରନ କରିଥିଲା । ଇଶାନ କିସାନ ୪୬ ବଲ ଖେଳି ସର୍ବାଧିକ ୭୯ ରନ କରିଥିଲା । ଅଭିଷେକ ଶର୍ମା ୨୨ ବଲ ଖେଳି ୫୬ ରନ ଯୋଡି ପାରିଥିଲେ । ୨୫୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ।
୨୦ ଓଭରରେ ୪ ୱିକେଟ ହରାଇ ୨୦୦ ରନ୍ କରିଥିଲା। ଭେଙ୍କଟେଶ ଆୟର ୪୪ ରନ୍ କରିଥିଲେ। ସେ ୧୯ ବଲ୍ ଖେଳି ୪ ଚୌକା ଓ ୪ ଛକା ମାରିଥିଲେ। ବିରାଟ କୋହଲି ୧୧ ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍ କରିଥିଲେ। ଦେବଦୂତ୍ତ ପଡ୍ଡିକଲ ୧୪ଟି ବଲ୍ ରୁ ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୧ ରନ୍ କରିଥିଲେ। ଅଧିନାୟକ ରଜତ ପଟିଦାର ୫୬ ଓ କୁନାଲ ପାଣ୍ଡ୍ୟା ୪୧ ରନ କରିଥିଲେ ବି ଦଳକୁ ଜିତାଇ ପାରିନଥିଲେ।

