ଯୋଡ଼ା : ଭାଙ୍ଗିଲା ଘର, ଖାଇଲା ଚାଉଳ। ଚମ୍ପୁଆ ରେଞ୍ଜ ଯୋଡ଼ା ବ୍ଲକ ଭଣ୍ଡାରଡିହା, ଜଗନ୍ନାଥପୁର ଓ ଉଚ୍ଚ ବାଲିରେ ଦନ୍ତା ଉପଦ୍ରବ। ୫ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଛି ଦନ୍ତା । ଦନ୍ତା ଆକ୍ରମଣରେ ୨ ଆହତ। ଆହତ ଭଣ୍ଡାରଡିହାର ପାତଲୁ ମୁଣ୍ଡା ଏବଂ ଜଗନ୍ନାଥପୁର ଗାଁର ସୁରୁ ମାଝୀ । ଏହି ଘଟଣା ପରେ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ବନବିଭାଗ ହାତୀକୁ ଦୂର ସ୍ଥାନକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁର ଜଣଙ୍କ ଘରେ ପଶି ଦନ୍ତା ହାତୀ ମାରିଥିଲା । ଜଣଙ୍କୁ ମାରିବା ସହ ଦୋକାନ ଘର ଭାଙ୍ଗିଦେଇଥିଲା ଦନ୍ତା ହାତୀ । ଏହି ଘଟଣା ପରେ ପ୍ରତିବାଦରେ ରଣପୁର-ପୁରୀ ଜଗନ୍ନାଥ ସଡ଼କ ଅବରୋଧ କରିଥିଲେ ଗ୍ରାମବାସୀ । ଏଥି ସହିତ ଗତକାଲି ଭୋରରୁ ହାତୀଟି ପ୍ରଥମେ ପ୍ରତାପ ସାମନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା । ପରେ ସନ୍ତୋଷ ରାଉତରାୟଙ୍କ ଘରେ ପଶି ଧାନ ବସ୍ତା ଖାଇବା ବେଳେ ହାତୀ ହାବୁଡରେ ପଡିଥିଲେ ଶଙ୍କର । ସେହି ସମୟରେ ହାତୀ ତାଙ୍କୁ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

