କେନ୍ଦୁଝର : ଜିତୁ ମୁଣ୍ଡାଙ୍କ ଘରେ ଉତ୍ତରାଞ୍ଚଳ ଆରଡିସି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିଲେ । କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ପଡ଼ିଲା ? ବ୍ୟାଙ୍କ କର୍ମଚାରୀ କ'ଣ ଡକ୍ୟୁମେଣ୍ଟ ମାଗିଥିଲେ? ଏସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍ । ତେବେ ପ୍ରାଥମିକ ତଦନ୍ତ ପରେ ଗଣମାଧ୍ୟାମକୁ ପ୍ରତିକ୍ରିୟା ଦେଲେ ଆରଡିସି ।
ବ୍ୟାଙ୍କ ସିସି ଟିଭି ଯାଞ୍ଚ ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଛି । ସିସିଟିଭି ଅଡିଓ ଭର୍ସନ ନ ଥିବାରୁ କଣ କଥାବାର୍ତ୍ତା ହୋଇଛି ଜଣାପଡ଼ୁନି । ଏହା ମଧ୍ୟ କହିଛନ୍ତି ଯେ ଜିତୁ ମୁଣ୍ଡା ୧୧ଟା ୨୬ରେ ବ୍ୟାଙ୍କ ଆସିଲେ, ୧୧ଟା ୫୮ରେ ବ୍ୟାଙ୍କ ଛାଡ଼ିଲେ । ସେହି ସମୟ ଭିତରେ ୪ ଥର ସେ ବ୍ୟାଙ୍କ ଭିତରେ କର୍ମଚାରୀଙ୍କୁ ଭେଟିଛନ୍ତି । ଶେଷରେ ବ୍ୟାଙ୍କ ମ୍ୟାନେଜର ତାଙ୍କୁ ଫେରାଇଛନ୍ତି । ଏହାପରେ ସେ କ୍ଷୁବ୍ଧ ହୋଇ ଯାଇ କଙ୍କାଳ ଆଣି ଆସିଛନ୍ତି ବୋଲି ଆରଡିସି କହିଛି ।
ତେବେ କଲରା ଏବଂ ଜିତୁଙ୍କୁ କାହିଁକି ଦିଆଯାଇନଥିଲା ଏଟିଏମ, ପୂର୍ବରୁ ସେମାନେ ବ୍ୟାଙ୍କରେ ଅନେକ ବାର କାରବାର କରିଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ପୋଲିସ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଆରଡିସି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଖୁବଶୀଘ୍ର ଗ୍ରହଣ କରାଯିବା ନେଇ ସୂଚନା ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଏହି ଘଟଣା ସଭ୍ୟ ସମାଜ ପ୍ରତି ଲଜ୍ଜା । ଭଉଣୀର କଙ୍କାଳକୁ ଧରି ତିନି କିମି ଚାଲି ବ୍ୟାଙ୍କକୁ ଯିବା ଘଟଣା ଏବେ କେବଳ ରାଜ୍ୟ ଭିତରେ ସୀମିତ ହୋଇନାହିଁ । ଏହା ଏବେ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ କରିଛି । କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକର ଜିତୁ ମୁଣ୍ଡାଙ୍କ ଅଭାବନୀୟ ଘଟଣା ବ୍ୟବସ୍ଥାର ସମ୍ବେଦନହୀନତାକୁ ଦର୍ଶାଉଛି । ଜଣେ ନିରୀହ ଆଦିବାସୀ ଜିତୁ ମୁଣ୍ଡା ନିଜ ଭଉଣୀର ମୃତ୍ୟୁ ପ୍ରମାଣ କରିବା ପାଇଁ ତାଙ୍କର କଙ୍କାଳକୁ ବ୍ୟାଙ୍କକୁ ବୋହି ବୋହି ନେବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପାଇଁ ଦାୟୀ ବୋଲି ଆରଡିସି ଟିମ୍ କହିଛନ୍ତି ।

