Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱର କିଟ୍ ଯିବେ ମାଲକାନଗିରି ଜିଲ୍ଲାର ୩ ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳି

ଭୁବନେଶ୍ୱର କିଟ୍ ଯିବେ ମାଲକାନଗିରି ଜିଲ୍ଲାର ୩ ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳି

K NEWS 1 week ago

ମାଲକାନଗିରି : ଭୁବନେଶ୍ୱର କିଟ୍ ଯିବେ ମାଲକାନଗିରି ଜିଲ୍ଲାର ୩ ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳି। କିଟ୍ ଭୁବନେଶ୍ୱରରେ ମିଳିବ ବ୍ୟାଡମିଣ୍ଟନରେ ନିଃଶୁଳ୍କ ତାଲିମ। ଉପାନ୍ତ ଅଞ୍ଚଳରୁ ରାଜ୍ୟ ଓ ଦେଶ ପାଇଁ ଖେଳିବା ଲକ୍ଷ୍ୟ ରଖିଛନ୍ତି ମାଲକାନଗିରିର ଏହି ତିନି କ୍ରୀଡ଼ା ପ୍ରତିଭା। ହାତରେ ରାକେଟ୍, ଆଖିରେ ବଡ଼ ସ୍ୱପ୍ନ ଆଉ ମନରେ କିଛି କରି ଦେଖାଇବାର ଦୃଢ଼ ଇଚ୍ଛା।

ବ୍ୟାଡମିଣ୍ଟନ କୋର୍ଟରେ ନିଜର ପ୍ରତିଭା ଓ ପରିଶ୍ରମର ପରିଚୟ ଦେଇ ଏହି ତିନି ଯୁବ କ୍ରୀଡ଼ାବିତ୍ ନିଜ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ମାଲକାନଗିରିରୁ ସେମାନେ ଏବେ ଭୁବନେଶ୍ୱରସ୍ଥିତ କିଟ୍ କୁ ଯିବେ। ସେଠାରେ ସେମାନେ ନିଃଶୁଳ୍କ ତାଲିମ୍ ନେବାର ସୁଯୋଗ ପାଇବେ। ଏହି ତାଲିମ୍ ସେମାନଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବା ସହ ଆଗାମୀ ଦିନରେ ବଡ଼ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ କରିବାର ରାସ୍ତା ଖୋଲିଦେବ।

କେବଳ ଜିଲ୍ଲା ପାଇଁ ନୁହେଁ, ଆଗକୁ ରାଜ୍ୟ ପାଇଁ ଖେଳିବେ ଓ ଦିନେ ଦେଶ ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ମାଲକାନଗିରିର ଏହି ତିନି ପ୍ରତିଭାଙ୍କ ରାକେଟ୍ ରୁ ଉଠୁଥିବା ପ୍ରତିଟି ଶଟ୍ ଯେମିତି ତାଙ୍କ ସ୍ୱପ୍ନକୁ ଛୁଇଁବାର ଆଉ ଗୋଟିଏ ପାଦ ଆଗକୁ।ଆଜି ମାଲକାନଗିରିରୁ କିଟ୍ ଭୁବନେଶ୍ୱର ଯାତ୍ରା କେବଳ ତିନିଜଣ କ୍ରୀଡ଼ାବିତ୍ ଙ୍କ ଯାତ୍ରା ନୁହେଁ, ଏହା ତିନିଟି ସ୍ୱପ୍ନର ଯାତ୍ରା। କିଟ ଅନୁଷ୍ଠାନ ର ଏଭଳି ପଦକ୍ଷେପ କୁ ଜିଲ୍ଲାବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha