Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ପରଲୋକ

ବିଶିଷ୍ଟ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ପରଲୋକ

K NEWS 3 weeks ago

ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ, କ୍ରୀଡା ସ୍ତମ୍ଭକାର ଅଶୋକ ମହାନ୍ତି ଶନିବାର ରାତିରେ ପରଲୋକ ଗମନ କରିଛନ୍ତି । ତାଙ୍କୁ ୭୬ ବର୍ଷ ହୋଇଥିଲା । ବେଶ୍‌ କିଛି ଦିନ ଧରି ଅସୁସ୍ଥ ଥିବା ଅଶୋକ ମହାନ୍ତି ଶନିବାର ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ପତ୍ନୀ, ବିବାହିତ ପୁଅ ଓ ଝିଅଙ୍କୁ ଛାଡ଼ିଯାଇଛନ୍ତି | ଶେଷ ପର୍ଯ୍ୟନ୍ତ କିନ୍ତୁ ସେ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ ।

ରାଜ୍ୟ କ୍ରୀଡ଼ା ଦୁନିଆରେ ଡୁଲୁ ଭାଇ ନାମରେ ପରିଚିତ ଅଶୋକ ମହାନ୍ତି ସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ ହକି, ଫୁଟବଲ୍, ଟେବୁଲ ଟେନିସ୍‌ ବାସ୍କେଟ୍‌ବଲ୍ ଖେଳିଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ । ଓଡ଼ିଶା କ୍ରୀଡ଼ାରେ ଜ୍ଞାମଣ୍ଡଳ ଭାବେ ପ୍ରତିଷ୍ଠିତ ଶ୍ରୀ ମହାନ୍ତି ଏକାଧିକ ପୁରସ୍କାର ମଧ୍ୟ ହାତେଇଥିଲେ ।

ତାଙ୍କ ପରଲୋକରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ତପନ ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha