ବ୍ୟାଙ୍କ୍ ଅଫ୍ ବରୋଦା ୱେଲଥ୍ ମ୍ୟାନେଜମେଣ୍ଟ ସର୍ବିସେଜ ନିଯୁକ୍ତି ପାଇଁ ପଦବୀ ଖାଲି ପଡିଛି । ଏହି ନିଯୁକ୍ତିରେ ଡେପୁଟି ମ୍ୟାନେଜର, ଏବିପି ଏବଂ ଅନ୍ୟ ୧୦୪ଟି ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏହି ନିଯୁକ୍ତି ଘୋଷଣା ଭଲ ସୁଯୋଗ ଆଣିଛି । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୧୦୪
AVP II-ଗ୍ରୁପ୍ ହେଡ୍ : ୪
AVP II -ଟେରଟେରୀ ହେଡ୍ : ୧୭
ଉପ ପ୍ରବନ୍ଧକ-ସିନିୟର ଲିଲେସନସିପ୍ ମ୍ୟାନେଜର :୭୦
ଉପ ପ୍ରବନ୍ଧକ- ୧୩
ବୟସ ସୀମା :
AVP II-ଗ୍ରୁପ୍ ହେଡ୍ : ୩୧ ବର୍ଷରୁ ୪୫ ବର୍ଷ
AVP II -ଟେରଟେରୀ ହେଡ୍ : ୨୭ରୁ ୪୦ ବର୍ଷ
ଡେପୁଟି ମ୍ୟାନେଜର -SRM : ୨୪ରୁ ୩୫ ବର୍ଷ
ଡେପୁଟି ମ୍ୟାନେଜର- ୱେଲଥ୍ ଷ୍ଟ୍ରାଟେଜିଷ୍ଟ : ୨୪ରୁ୪୫ ବର୍ଷ
ସରକାରୀ ନିୟମାନୁସାରେ ଅନୁସୂଚିତ ଜାତି-ଜନଜାତି, ଅନ୍ୟ ପଛୁଆ ବର୍ଗ, ଦିବ୍ୟାଙ୍ଗ ଏବଂ ସୈନିକ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି ।
ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
ଆବେଦନ ଯୋଗ୍ୟତା : ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କର ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ଥିବା ନିହାତି ଆବଶ୍ୟକ । କିଛି ପଦବୀ ପାଇଁ ଏକ ସ୍ନାତକୋତ୍ତର ଡିଗ୍ରୀ, ଏକ ପରିଚାଳନା ଡିଗ୍ରୀ କିମ୍ବା NISM/IRDA ସାର୍ଟିଫିକେଟ୍ ଜରୁରୀ ।
ଦରମା : ମନୋନୀତ ପ୍ରାର୍ଥୀଙ୍କୁ ସେଭେନ୍ ପେ ହିସାବରେ ଦରମା ମିଳିବ । ପ୍ରତି ମାସର ଦରମା ୨୯,୨୦୦ ରୁ ୯୨,୩୦୦ ପର୍ଯ୍ୟନ୍ତ ହେବ । ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ ।
ଚୟନ ପ୍ରକ୍ରିୟା : ଚୟନ ପ୍ରକ୍ରିୟା ଅନେକ ପର୍ଯ୍ୟାୟରେ କରାଯିବ । ଏଥିରେ ସର୍ଟଲିଷ୍ଟିଂ,ଅନଲାଇନ୍ ଟେଷ୍ଟ କିମ୍ବା ମୂଲ୍ୟାଙ୍କନ, ଇଣ୍ଟରଭ୍ୟୁ କିମ୍ବା ମନସ୍ତାତ୍ତ୍ୱିକ ମୂଲ୍ୟାଙ୍କନ ସାମିଲ ରହିଛି । ଶେଷ ଚୟନ ପ୍ରଦର୍ଶନ ଆଧାରରେ କରାଯିବ ।
ଆବେଦନ ପ୍ରକ୍ରିୟା :
ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
ରିକ୍ରୁଟମେଣ୍ଟ କିମ୍ବା କ୍ୟାରିଅର ସେକ୍ସନକୁ ଯାଇ ଏହାର ନୋଟିଫିକେସନ୍ ଯାଆନ୍ତୁ ।
ସମ୍ପୂର୍ଣ୍ଣ ନୋଟିଫିକେସନକୁ ଭଲ ଭାବରେ ପଢନ୍ତୁ ।
ଆପ୍ଲାଏ ଅନଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
ବ୍ୟକ୍ତିଗତ ବିବରଣୀ, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, ଇତ୍ୟାଦି ସଠିକ୍ ଭାବରେ ପୂରଣ କରନ୍ତୁ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।
ଅନଲାଇନରେ ଆବେଦନ ଫି ପ୍ରଦାନ କରନ୍ତୁ।
ଫର୍ମକୁ ଭଲ ଭାବରେ ଯାଞ୍ଚ କରି ଦାଖଲ କରନ୍ତୁ।
ଶେଷରେ ଆବେଦନ ଫର୍ମ ଏବଂ ଦେୟ ରସିଦର ଏକ ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।

