Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Data entry operator: SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧କୋଟି ୪୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

Data entry operator: SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧କୋଟି ୪୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ

K NEWS 1 week ago

ଟକ : SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ । ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ମଙ୍ଗଳାବାଗ ଥାନା ପୋଲିସ । ୧କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ହୋଇଥିବା ଅଧୀକ୍ଷକ ଅଭିଯୋଗ ଆଣିଥିଲେ ।

BNS ଧାରା ୩୧୬ (୪) ଅନୁଯାୟୀ ମାମଲା ରୁଜୁ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗତ ୧୦ ବର୍ଷ ଭିତରେ ଏକ ବ୍ୟାଙ୍କ ଆକାଉଣ୍ଟକୁ ୨୦୭ ଥର ଟ୍ରାଞ୍ଜାକ୍ସନ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କର୍ମଚାରୀମାନଙ୍କ ଦରମା ସମ୍ପର୍କିତ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ହେଉଥିଲା ।

ଏହି ଘଟଣାକୁ ନେଇ ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଆର୍ଥିକ ଅନିୟମିତତା କିପରି ହେଲା, ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Knews Odisha